ଭାରତ ଚାଷୀ ଆନ୍ଦୋଳନ ଉପରେ ପ୍ରତିକ୍ରିୟା ରଖି ବିବାଦରେ କାନାଡା ପ୍ରଧାନମନ୍ତ୍ରୀ, ଭାରତ କଲା ତାଗିଦ୍…

1 min read

ନୂଆଦିଲ୍ଲୀ: ଭାରତରେ ବଡ଼ ଧରଣର ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଛି । ଚାଷୀ ସରକାରଙ୍କର ନୂଆ କୃଷି ଆଇନକୁ କଡା ଭାବେ ବିରୋଧ କରୁଥିବା ବେଳେ ଏବେ ରାଜଧାନୀ ଦିଲ୍ଲୀ ସିଲ୍ କରିବାକୁ ମୁଡରେ ରହିଛନ୍ତି । ତେବେ ଏଭଳି ସ୍ଥିତିରେ ଭାରତୀୟ ଏହି ଆଭ୍ୟନ୍ତରୀଣ ମାମଲାରେ ଅନ୍ୟ ଦେଶର ହସ୍ତକ୍ଷେପକୁ ଭାରତ ସରକାର ଓ ବିଭିନ୍ନ ରାଜନୈତିକ ଦଳ କଡ଼ ଭାବେ ସମାଲୋଚନା କରିଛନ୍ତି  ।

ଗୁରୁ ନାନକଙ୍କ ଜନ୍ମଦିବସରେ ଅନଲାଇନ ବାର୍ତ୍ତା ଦେବା ସମୟରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଭାରତରେ ହେଉଥିବା ଚାଷୀ ପ୍ରସଙ୍ଗରେ ମୁହଁ ଖୋଲିଥିଲେ । ସେ କହିଥିଲେ ଯେ ଭାରତରେ ହେଉଥିବା ଚାଷୀ ବିକ୍ଷୋଭ ଏକ ସମ୍ୱେଦନଶୀଳ ପ୍ରସଙ୍ଗ ଓ କାନାଡ଼ା ସବୁବେଳେ ଶାନ୍ତିପୂର୍ଣ୍ଣ ଭାବେ ହେଉଥିବା ବିକ୍ଷୋଭର ନାର୍ଯ୍ୟ ଅଧିକାର ସପକ୍ଷରେ ରହିଛି । ତେବେ ଏଭଳି ମନ୍ତବ୍ୟକୁ ଏବେ ଭାରତ ସରକାର ଓ ଅନେକ ରାଜନୈତିକ ଦଳ ଭାରତୀୟ ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ବୋଲି ଭାବି କଡ୍ଡା ଟିପ୍ପଣୀ ଦେଇଛନ୍ତି ।

ଭିନ୍ନ ଭିନ୍ନ ରାଜନୈତିକ ଦଳର ନେତାମାନେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଭାରତର ଆଭ୍ୟନ୍ତରୀଣ ସମସ୍ୟା ଅନ୍ୟ ଦେଶ ପାଇଁ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ । ତେଣୁ ଏଭଳି କାର୍ଯ୍ୟକଳାପ ଗ୍ରହଣୀୟ ନୁହେଁ । କାନାଡା ସରକାର ଏଭଳି ଉଦ୍ଦେଶ୍ୟମୂଳକ କାର୍ଯ୍ୟକଳାପରୁ ବିରତ ରହିବା ଆବଶ୍ୟକ ।

ତେବେ ରାଜନୈତିକ ଦଳର ପ୍ରତିକ୍ରିୟା ପୂର୍ବରୁ ଭାରତକ ସରକାର ମଧ୍ୟ କାନାଡାକୁ କଡ଼ ଶଦ୍ଦରେ ଦେଶର ଆଭିମୁଖ୍ୟ ଦର୍ଶାଇଛନ୍ତି । ଭାରତୀୟ ବୈଦେଶିକ ବିଭାଗ ପ୍ରକାଶ କରିଛି ଯେ କାନଡାକୁ ଏହା ପରାମର୍ଶ ଯେ ସେ ଭାରତର ଆଭ୍ୟନ୍ତରୀଣ ମାମଲାରୁ ଦୂରରେ ରହୁ ଓ ଅଯଥା ହସ୍ତକ୍ଷେପ ନକରୁ ।

Leave a Reply