ସୁମିତ-ଡିମ୍ପଲ ବିବାଦ: ଶେଷ କାଉସେଲିଂରେ ବିଫଳ କୋର୍ଟ, ୯ରେ ଚୂଡ଼ାନ୍ତ ରାୟ

1 min read

କଟକ: ବ୍ରହ୍ମପୁର ବହୁଚର୍ଚ୍ଚିତ ସୁମିତ ଓ ଡିମ୍ପଲ ପାରିବାରିକ ବିବାଦ ମାମଲା । ଶନିବାର ଥିଲା ଡିମ୍ପଲ- ସୁମିତଙ୍କ ଶେଷ ମଧ୍ୟସ୍ଥତାର ତାରିଖ  ।  ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଚାଲିଥିବା ଶେଷ ମଧ୍ୟସ୍ଥତା ମଧ୍ୟ ବିଫଳ ହୋଇଛି । ଆସନ୍ତା ୯ ତାରିଖରେ ପୁଣି ରାୟ ପ୍ରକାଶ କରିବେ ହାଇକୋର୍ଟ । ପୂର୍ବରୁ ସୁମିତ ଓ ଡିମ୍ପଲ ମଧ୍ୟରେ ମିଳାମିଶା କରିବାକୁ ୩ଥର ଶୁଣାଣି ହୋଇଥିଲା ।

ଶାଶୁଘରେ ରହିବାକୁ ବ୍ରହ୍ମପୁର ବ୍ରହ୍ମାନଗର ଅଞ୍ଚଳରେ ଦେଖିବାକୁ ମିଳିଥିଲା ହାଇଡ୍ରାମା  । ଶାଶୁଘର ଲୋକେ ପ୍ରବେଶ ଅନୁମତି ଦେଇନଥିବାବେଳେ ଘର ସମମୁଖରେ ଆନ୍ଦୋଳନରେ ବୂସିଥିଲେ ତପସ୍ୱିନୀ ଦାସ ଓରଫ ଡିମ୍ପଲ  । ପରେ ଏହି ମାମଲା କୋର୍ଟରେ ପହଁଚିଥିଲା  ।  ହାଇକୋର୍ଟର ପାରିବାରିକ ମିଳାମିଶା କେନ୍ଦ୍ରରେ ଶୁଣାଣି ହୋଇଥିଲେ ମଧ୍ୟ ଉଭୟ ପକ୍ଷ ନିଜ ନିଜ ଜିଦରେ ଅଟଳ ରହିଥିଲେ  । ଫଳରେ ଶୁଣାଣି ପକ୍ରିୟା ବିଫଳ ହୋଇଥିଲା । ଆସନ୍ତାc ତାରିଖରେ ହାଇକୋର୍ଟ ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିବେ ।