ଡିମ୍ପଲଙ୍କୁ ଶ୍ୱଶୁର ଘରେ ପ୍ରବେଶ କଲେ ପ୍ରଶାସନିକ ଅଧିକାରୀ

1 min read

ବ୍ରହ୍ମପୁର: ବାଦ ବିବାଦ ପରେ ଶେଷରେ ଶ୍ୱଶୁର ଘରେ ପ୍ରବେଶ କଲେ ଡିମ୍ପଲ  । ଦିନ ସମୟରେ ତପସ୍ୱିନୀ ଘରେ ରହିବା ପ୍ରସଙ୍ଗ ଠିକଠାକ୍ ଥିବାବେଳେ ଅପରାହ୍ମରେ ବିଗିଡିଯାଇଥିଲା ସ୍ଥିତି । କୋର୍ଟ କେବଳ ମାସିକ ୧୭ ହଜାର ଟଙ୍କା ପ୍ରଦାନ କରିଥିବାବେଳେ ଘରେ ରହିବା ନେଇ କୌଣସି ଅନୁମତି ନଥିବା କହିଥିଲେ ଡିମ୍ପଲଙ୍କ ଶ୍ୱଶୁର  । ସେପଟେ ଗ୍ରୀଲରେ ତାଲା ପକାଇଦେଇଥିଲେ ପରିବାର ଲୋକେ  । ଯାହା ଘଟଣାକୁ ପୁଣି ଏକ ଜଟିଳ ମୋଡରେ ପହଁଚାଇଦେଇଥିଲା  । ଏନେଇ ପୁନଶ୍ଚ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ତପସ୍ୱିନୀ  ।

ରାତି ପ୍ରାୟ ୯ଟା ପରେ ପ୍ରଶାସନିକ ଅଧିକାରୀ ବ୍ରହ୍ମାନଗର ଅଞ୍ଚଳରେ ପହଁଚିଥିଲେ  ।  ଏହାପରେ SDPO, ସ୍ଥାନୀୟ ଆଇଆଇସି, ତହସିଲଦାର ଓ ପ୍ରୋଟେକ୍ସନ ଅଫିସର ପହଁଚି ଡିମ୍ପଲଙ୍କୁ ଘର ଭିତରକୁ ଯିବା ନେଇ ଅନୁମତି ଦେଇଥିଲେ  । ତେବେ ଘରେ ତାଲା ପକାଇଥିବା ଡିମ୍ପଲଙ୍କ ଶ୍ୱଶୁର ଘର ତାଲା ଖୋଲିଥିଲେ  । ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଡିମ୍ପଲ ଗୃହ ପ୍ରବେଶ କରିଥିଲେ  ।

ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଘରର ତାଲା ଖୋଲି ଡିମ୍ପଲଙ୍କୁ ଘରକୁ ନେଇଛନ୍ତି ଶ୍ୱଶୁର ପ୍ରମୋଦ ସାହୁ । ଏହି ସମୟରେ ଶ୍ୱଶୁରଙ୍କ ପାଦ ଛୁଇଁ ପ୍ରଣାମ କରିଛନ୍ତି ବୋହୂ । ସେପଟେ ନଡିଆ ବାଡାଇ ଘର ଭିତରେ ପ୍ରବେଶ କରିଛନ୍ତି ତପସ୍ୱିନୀ ଦାସ ଓରଫ ଡିମ୍ପଲ  । ଏବେ ବାରଣ୍ଡାରୁ ଘର ଭିତରକୁ ଉଠିଛି ଡିମ୍ପଲଙ୍କ ପୁଟୁଳି । ଡିମ୍ପଲଙ୍କ ମାଆ ଘର ଭିତରେ ଝିଅର ଘର ସଜାଡୁଛନ୍ତି । ଗୃହ ପ୍ରବେଶ ପରେ ଡିମ୍ପଲଙ୍କ ପରିବାରରେ ଖେଳି ଯାଇଛି ଖୁସିର ଲହରି । ଡିମ୍ପଲ ସତ୍ୟରେ ଥିଲେ ଏବଂ ଆଜି ଜୟ ହୋଇଛି ବୋଲି ତାଙ୍କ ଓକିଲ କହିଛନ୍ତି ।

ସୁମିତଙ୍କ ଓକିଲଙ୍କ କହିବା ଅନୁଯାୟୀ  ଘରେ ରହିବା ନେଇ କୋର୍ଟ କୌଣସି ନିର୍ଦ୍ଦେଶ ଦେଇନାହାନ୍ତି  । `କୋର୍ଟ କେବଳ ଡିମ୍ପଲଙ୍କୁ ମାସିକ 17ହଜାର ଟଙ୍କା ଦେବାକୁ କହିଛନ୍ତି’ । ଏଣୁ ଘରେ ଡିମ୍ପଲଙ୍କୁ ରଖିବାକୁ ସୁମିତଙ୍କ ପରିବାର ବାଧ୍ୟ ନୁହଁନ୍ତି ବୋଲି ସୁମିତଙ୍କ ଓକିଲ କହିଛନ୍ତି । ଏହାପରେ ଡିମ୍ପଲଙ୍କ ପାଇଁ ଦୁଆର ବନ୍ଦ କରିଦେଇଥିଲେ ଶାଶୂ ଘର ଲୋକ ।  ଘର ଭିତରକୁ ଯାଇନପାରି ବାରଣ୍ଡାରେ କାନ୍ଦୁଛନ୍ତି ଡିମ୍ପଲ୍ । ସମସ୍ତେ ତାଙ୍କୁ ଠକୁଥିବା ଡିମ୍ପଲ କାନ୍ଦିକାନ୍ଦି କହିଥିଲେ ତପସ୍ୱିନୀ ।

Leave a Reply