ଲୋକେସନ୍ ସାହାଯ୍ୟରେ ପୋଲିସ ଜାଣୁଛି ବୁଥ୍ ସ୍ଥିତି

ଭୁବନେଶ୍ୱର: ଚାଲିଛି ଭୋଟ, ରାଜଧାନୀ ଭୁବନେଶ୍ୱରରେ ଶାନ୍ତି ଶୃଙ୍ଖଳାର ଚାଲିଛି ମତଦାନ ପକ୍ରିୟା  । ଭୁବନେଶ୍ୱର ମହାନଗର ନିଗମର ସମସ୍ତ ୬୭ଟି ୱାର୍ଡ ଉପରେ କଡ଼ା ନଜର ରଖିଛି କମିସନରେଟ ପୋଲିସ  ।  ପୌର ନିର୍ବାଚନ ପାଇଁ କମିଶନରେଟ ପୋଲିସ ଆପଣାଇଛି ଏକ ନୂଆ ଟେକନିକ୍  । ଡିସିପି ଅଫିସରେ ଜାଣି ହେଉଛି ସମଗ୍ର ଭୁବନେଶ୍ୱରର ସ୍ଥିତି  । ଅର୍ଥାତ ସମସ୍ତ ବୁଥ କେନ୍ଦ୍ର ସୁରକ୍ଷା ସ୍ଥିତି ଗୋଟିଏ ରୁମରୁ ହିଁ ଜାଣି ହେଉଛି  ।

ବିଏମସି ନିର୍ବାଚନ ପାଇଁ କମିସନରେଟ ପୋଲିସ ପକ୍ଷରୁ ସମୁଦାୟ 50 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେପଟେ ଭୁବନେଶ୍ୱର ଡିସିପି ଅଫିସରେ ହୋଇଛି ଡିଜିଟାଲ କଣ୍ଟ୍ରୋଲ ରୁମ । ଓଡିଶା ସ୍ପେସ ରିସର୍ଚ୍ଚ ଆପ୍ଲିକେସନ ସହାୟତାରେ ମ୍ୟାପିଂ ଟେକ୍ନୋଲୋଜି ବ୍ୟବହାର କରି ନିର୍ବାଚନର ମନିଟରିଂ କରୁଛି ପୋଲିସ । ବୁଥରେ ମୁତୟନ ହୋଇଥିବା ପୋଲିସ ଅଧିକାରୀଙ୍କ ଗତିବିଧି ଦେଖାଯାଉଛି ।

ଭୋଟ ଗ୍ରହଣ ପ୍ରକ୍ରିୟାକୁ ଶାନ୍ତି ଶୃଙ୍ଖଳାର ସମାପ୍ତ କରିବାକୁ ନେଇ କମିସନରେଟ ପୋଲିସ ଏହି ପକ୍ରିୟା ପ୍ରଥମଥର ପାଇଁ ଆପଣାଇଛି  । ଡିସିପି ଅଫିସରେ ବସି ସମଗ୍ର ଭୁବନେଶ୍ୱରରେ ଥିବା ୬୭ ୱାର୍ଡର ବୁଥ ଉପରେ ନଜର ରଖିଛି ପୋଲିସ  ।  ବୁଥରେ ଥିବା ପୋଲିସ କର୍ମଚାରୀମାନଙ୍କ ଲୋକେସନ ଜଣାପଡୁଛି । ବୁଥ ଗୁଡିକର ସ୍ଥିତି କିଭଳି ରହିଛି ତାହା ମଧ୍ୟ ଏହି ଆପ ମାଧ୍ୟମରେ ଜାଣିପାରୁଛି ପୋଲିସ ।