ଓଡ଼ିଶାରେ ପ୍ରସିଦ୍ଧ ବାଗେଶ୍ୱର ଧାମ ସରକାର ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଲେ ବାଗେଶ୍ବର ଧାମ ସରକାର । ରବିବାର ଅପରାହ୍ନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ଭାରତ ତଥା ବିଶ୍ୱରେ ପ୍ରଭୁ ହନୁମାନଙ୍କ ଦିବ୍ୟତାର କଥା ପାଇଁ ପ୍ରସିଦ୍ଧ ବାଗେଶ୍ୱର ଧାମ ସରକାର ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀ । ଓଡିଶାରେ ପହଞ୍ଚିବା ପରେ ଭୁବନେଶ୍ୱର ବିମାନ ବନ୍ଦରରୁ କଡା ସୁରକ୍ଷା ବଳୟ ମଧ୍ୟରେ ବାବା ସିଧା ସଳଖ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ଭକ୍ତମାନଙ୍କ ସହ ଦେଖା କରିବା ସହିତ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ବାବା । ପ୍ରଭୁ ଜଗନ୍ନାଥ ହେଉଛନ୍ତି ବିଶ୍ଵ ନିଅନ୍ତା ଏବଂ ରଥ ଯାତ୍ରାରେ ଆମେ ରଥ ଦଉଡ଼ି ଧରି ତାଙ୍କ ରଥକୁ ଟାଣିଥାଉ, ହେଲେ ସମସ୍ତ ଭାଗ୍ୟରଥର ଦଉଡ଼ି ତାଙ୍କ ହାତରେ ଅଛି ବୋଲି ପ୍ରତିକ୍ରିୟା ରଖିଥିଲେ ବାବା । ଶ୍ରଦ୍ଧାଳୁ ମାନେ ଭାବ ବିହ୍ୱଳ ହେବା ସହ ବିମାନ ବନ୍ଦର ପରିସର ବାବାଙ୍କ ନାମ ଧ୍ବନିରେ କମ୍ପି ଉଠିଥିଲା ।