ମେଲାଣି ନେଉଛନ୍ତି ମା’, ଢେଙ୍କାନାଳ ଉତ୍ସବମୁଖର

ଢେଙ୍କାନାଳ: ଶେଷ ହୋଇଛି ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା । ଚାଲିଛି ପୂଜାର ଅନ୍ତିମ ପର୍ବ ଭସାଣି । ମେଲାଣି ନେଉଛନ୍ତି ମା’ । ସହରର ୩୮ଟି ମଣ୍ଡପ ସାମିଲ ହୋଇଛନ୍ତି ଭସାଣୀ ଉତ୍ସବରେ ।

ଗତକାଲି ରାତିରେ ଶେଷ ହୋଇଥିଲା ମା’ଙ୍କ ବିସର୍ଜନ ପୂଜା । ମୀନା ବଜାର ମେଢ଼, ଜବାହାର ଚୌକି ଓ ପରେ ଲକ୍ଷ୍ମୀ ବଜାର ମେଢ଼ ସହିତ ଅନ୍ୟ ବଜାରର ମେଢ଼ ଶୋଭାଯାତ୍ରାରେ ବାହାରିଛନ୍ତି । ଆଜି ରାତି ୧୧ଟା ସୁଦ୍ଧା ସମସ୍ତ ମେଢ଼ର ବିସର୍ଜନ କରାଯିବ ।

ସୁରକ୍ଷା ଦୃଷ୍ଟିରୁ ସହରରେ ୨୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପାରମ୍ପରିକ ବାଜା ଓ ନାଚରେ ଦିଆଯାଉଛି ମା’ଙ୍କୁ ମେଲାଣି । ଘୋଡ଼ା ନାଚ, ଆଦିବାସୀ ନୃତ୍ୟ, ମହିଳା କିର୍ତ୍ତନିଆ ସହ ପଶ୍ଚିମାଞ୍ଚଳରୁ ବହୁ କଳାକାର ଗ୍ରୁପ୍ ଭସାଣରେ ସାମିଲ ହୋଇଛନ୍ତି ।