ଆଜି ଧନ୍‌ତେରାସ୍ ଅର୍ଥାତ ଧନ-ତ୍ରୈୟଦଶୀ, ଧନଧାନ୍ୟର ଦେବୀ ମାଆ ଲକ୍ଷ୍ମୀଙ୍କୁ କରାଯାଉଛି ଆରାଧନା

1 min read

ଭୁବନେଶ୍ୱର: ଆଜି ଧନ୍‌ତେରାସ୍ ଅର୍ଥାତ ଧନ-ତ୍ରୈୟଦଶୀ । ଏହି ଦିନକୁ ଲୋକେ ଧନଧାନ୍ୟର ଦିନ ଭାବେ ପାଳନ କରନ୍ତି । ଧନ୍‌ତେରାସ ପୂଜାରେ ମାଆ ଲକ୍ଷ୍ମୀଙ୍କ ଆରାଧନା କରାଯାଇଥାଏ । ଏହିଦିନଟିକୁ କେହି କେହି ଛୋଟ ଦିପାବଳୀ ବୋଲି ବି କହିଥାନ୍ତି। ଏହି ଦିନରେ କିଛି ନା କିଛି ବସ୍ତୁ କିଣିଲେ ମାଆ ଲକ୍ଷ୍ମୀଙ୍କୁ ଖୁସି ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି । ତେଣୁ ଅଧିକାଂଶ ଲୋକେ ସୁନା, ରୂପା ଓ ହୀରା ଆଦି ଦାମୀ ବସ୍ତୁ କିଣି ଧନ୍‌ତେରାସ୍‌ ପାଳନ କରିଥାନ୍ତି । ସୁନା ଅଳଙ୍କାର କିଣିବାକୁ ଲୋକେ ଏହି ଦିନକୁ ଅପେକ୍ଷା କରିଥାନ୍ତି । ଗ୍ରାହାକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସୁନାଗହଣା ଦୋକାନରେ ଧନତେରାସ ପାଇଁ ଭଲ ଅଫର ଦିଆଯାଇଥାଏ । ଧନତେରାସରେ କେବଳ ସୁନା ଅଳଙ୍କାର ନୁହେଁ ବିଭିନ୍ନ ବସ୍ତୁ ମଧ୍ୟ କିଣାଯାଇପାରିବ ।

ଦୀର୍ଘ ୪୯୯ ବର୍ଷ ପରେ ପଡ଼ିଛି ଧନତରାସର ଏମିତି ସଂଯୋଗ

ଚିନ୍ତକ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବୈଦିକ ବିଜ୍ଞାନର ପ୍ରତିଷ୍ଠାତା ସଭାପତି କହିଛନ୍ତି ଯେ ତ୍ରୟୋଦଶୀ ନଭେମ୍ବର ୧୨ର ରାତି ୯:୩୦ ରୁ ଆରମ୍ଭ ହେବ ଏବଂ ନଭେମ୍ବର ୧୩ ରେ ଅପରାହ୍ନ ୫:୫୯ ପର୍ଯ୍ୟନ୍ତ ଚାଲିବ। ତ୍ରୟୋଦଶୀ ଉଦୟା ତିଥି ଏବଂ ପ୍ରଦୋଶ କାଲରେ ପଡୁଛି । ଏହି କାରଣରୁ ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ଦିନ ଧନତରାସ ପାଳନ କରାଯିବ। ସେହି ଦିନ ଅପରାହ୍ନ ୫:୫୯ ରୁ ଚତୁର୍ଦଶୀ ଆରମ୍ଭ ହେବ, ଯାହାକି ୧୪ତାରିଖ ଅପରାହ୍ନ ୨.୧୮ ପର୍ଯ୍ୟନ୍ତ ରହିବ । ଏପରି ପରିସ୍ଥିତିରେ, ଯେଉଁମାନେ ମାସିକ ଶିବରାତ୍ରୀ ଉପବାସ ପାଳନ କରନ୍ତି, ସେମାନେ ୧୩ ନଭେମ୍ବରରେ ଉପବାସ କରିବା ଉଚିତ୍ ।

ଜାଣନ୍ତୁ କେଉଁ ସମୟରେ ମାଆ ଲକ୍ଷ୍ମୀଙ୍କୁ ପୂଜା କଲେ ମିଳିବ ଶୁଭଫଳ

କାର୍ତ୍ତିକ ମାସର ଅମାବାସ୍ୟା ଦିନ ସ୍ୱାତୀ ନକ୍ଷତ୍ରରେ ମାଆ ଲକ୍ଷ୍ମୀ ପୃଥିବୀକୁ ଆସନ୍ତି। ନଭେମ୍ବର ୧୪ ରେ, ଅମାବାସ୍ୟା ରାତି ୨:୧୮ ରୁ ଆରମ୍ଭ ହୋଇଯିବ । ସ୍ୱାତୀ ନକ୍ଷତ୍ର ରାତି ୮:୨୦ ପର୍ଯ୍ୟନ୍ତ ରହିବ। ଏହି ପରିପ୍ରେକ୍ଷୀରେ, ଲକ୍ଷ୍ମୀ ପୂଜାର ଶୁଭ ସମୟ ଅପରାହ୍ନ ୫:୨୨ ରୁ ସନ୍ଧ୍ୟା ୭:୧୨ ପର୍ଯ୍ୟନ୍ତ ଭଲ ରହିବ । ବାଣିଜ୍ୟିକ ସ୍ଥାନରେ ଲକ୍ଷ୍ମୀଙ୍କୁ ରାତି ୩ ଟାରୁ ରାତି ୮:୦୯ ପର୍ଯ୍ୟନ୍ତ ପୂଜା କରାଯାଇପାରେ । ଧନତରାସରେ ନୂତନ ଜିନିଷ କିଣିବା ହିନ୍ଦୁ ଧର୍ମରେ ଶୁଭ ବୋଲି ବିବେଚନା କରାଯାଏ । ସପିଂର ଶୁଭ ସମୟ ସକାଳ ୬.୦୧ ରୁ ରାତି ୮.୩୩ ପର୍ଯ୍ୟନ୍ତ ହେବ ।

Leave a Reply