ଧୂଆଁ ଧୂଆଁ ଦେଶର ରାଜଧାନୀ, ୪୦୦ ପାର କଲାଣି ଏୟାର ଇଣ୍ଡେକ୍ସ

ନୂଆଦିଲ୍ଲୀ: ଧୂଆଁ ଧୂଆଁ ଦେଶର ରାଜଧାନୀ ଦିଲ୍ଲୀ । ସକାଳେ ହେବାମାତ୍ରେ ଯୁଆଡେ ଚାହିଁବେ କେବଳ ଧୂଳି ଆଉ ଧୂଳି । ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ଦିଲ୍ଲୀବାସୀ । ଦିଲ୍ଲୀ ସହ ଗୁରଗାଓଁ , ଗାଜିଆବାଦ, ନଏଡା ଓ ଫରିଦାବାଦରେ ପ୍ରଦୂଷଣ ମାତ୍ରା ଢେର ଅଧିକ ରହିଛି । ଏଭଳିକି ଅନେକ ସହରରେ ୪୦୦ ପାର କରିଛି ଏୟାର କ୍ବାଲିଟି ଇଣ୍ଡେକ୍ସ । ବଢୁଥିବା ପ୍ରଦୂଷଣକୁ ନେଇ ଦିଲ୍ଲୀ ସରକାର ଆବଶ୍ୟକ ପଦକ୍ଷେପ ନେଉଥିବା କହିଛନ୍ତି ଦିଲ୍ଲୀ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗୋପାଳ ରଏ ।

ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି । ଆସନ୍ତାକାଲି ଦିଲ୍ଲୀ ସରକାରଙ୍କ ସମସ୍ତ ଅଧିକାରୀଙ୍କ ଏକ ବୈଠକ ରହିଛି । ଏହି ବୈଠକରେ ବଢୁଥିବା ପ୍ରଦୂଷଣ ଉପରେ ଆଲୋଚନା ହେବ । କିଭଳି ସମସ୍ୟାର ସମାଧାନ ହୋଇପାରିବ ତାହା ଉପରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ଗୋପାଳ ରଏ  । ପର୍ବରୁ ଦିଲ୍ଲୀ ବାୟୁ ମଣ୍ଡଳ ସ୍ଥିର ରହିଥିବାବେଳେ ଦୀପାବଳି ପରେ ବିଗିଡ଼ିଯାଇଥିଲା ସ୍ଥିତି  ।

 

Leave a Reply