spot_img

Latest Posts

ଅସହ୍ୟ ଶୀତ ସାଙ୍ଗକୁ ଘନ କୁହୁଡ଼ିରେ ବେହାଲ ରାଷ୍ଟ୍ରୀୟ ରାଜଧାନୀ

ନୂଆଦିଲ୍ଲୀ: ଥରୁଛି ରାଜଧାନୀ ଦିଲ୍ଲୀ । ଅସହ୍ୟ ଶୀତ ସାଙ୍ଗକୁ ଘନ କୁହୁଡ଼ିରେ ବେହାଲ ରାଷ୍ଟ୍ରୀୟ ରାଜଧାନୀ । ସକାଳୁ ସକାଳୁ ଦିଲ୍ଲୀ ଏନସିଆରରେ ଜିରୋ ଭିଜିବିଲିଟି ସାଙ୍ଗକୁ ଘନ କୁହୁଡ଼ିର ରାଜ୍। ଚାରିଆଡେ କୁହୁଡ଼ିର ଆସ୍ତରଣ ଯୋଗୁଁ ରାସ୍ତାଘାଟ କିଛି ଦେଖାଯାଉନାହିଁ। ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଲୋକମାନେ ଘରୁ ବାହାରିବାକୁ ଡରୁଛନ୍ତି। ସହରର ଅଧିକାଂଶ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଘନ କୁହୁଡ଼ି ଯୋଗୁଁ ବିମାନ ଓ ଟ୍ରେନ ସେବା ପ୍ରଭାବିତ ହୋଇଛି। ଅଧିକାଂଶ ବିମାନ ଉଡାଣରେ ବିଳମ୍ବ ହୋଇଥିବାବେଳେ ଟ୍ରେନ ଚଳାଚଳ ମଧ୍ୟ ବିଳମ୍ବ ହୋଇଛି । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ଷ୍ଟେସନ ଓ ଏୟାରପୋର୍ଟରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି।

ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କହୁଡ଼ିରେ କଲବଲ ହେଉଛନ୍ତି ଦିଲ୍ଲୀବାସୀ। ଆଜି ଓ ଆସନ୍ତାକାଲି ପାଇଁ ଦିଲ୍ଲୀରେ ଝିପିଝିପି ବର୍ଷା ନେଇ IMD ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପଟେ ବାସହୀନ ମାନଙ୍କୁ ଆଶ୍ରୟସ୍ଥଳକୁ ନିଆଯାଇଛି। ଦିଲ୍ଲୀରେ ଆଜି ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

Latest Posts

Don't Miss