ବିଜେପି ନେତାଙ୍କ ଅଭିଯୋଗ, ଦିଲ୍ଲୀରେ ମୁସମାନ ସଂପ୍ରଦାୟ ରହୁଥିବା ଅଞ୍ଚଳରେ ମିଳୁଛି ପ୍ରଚୁର ପାଣି କିନ୍ତୁ ହିନ୍ଦୁଙ୍କୁ ମିଳୁନି ଜଳ

1 min read

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ଜଳ ସଙ୍କଟ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଲୋକେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି । ତେବେ ଜଳ ସଙ୍କଟ ଦିନକୁ ଦିନ ଯେତିକି ଜଟିଳ ହେବାରେ ଲାଗିଛି ରାଜନୈତିକ ଆରୋପ ପ୍ରତ୍ୟାରୋପ ବଢ଼ିବାରେ ଲାଗିଛି । ଆପ ସରକାରଙ୍କୁ ଦୋଷ ଦେଉଛି ବିଜେପି । ବିଜେପି ନେତା କପିଲ୍ ମିଶ୍ର କହିଛନ୍ତି ହିନ୍ଦୁମାନେ ରହୁଥିବା ଅଞ୍ଚଳରେ ଠିକରେ ପାଣି ମିଳୁନାହିଁ । କିନ୍ତୁ ମୁସଲମାନ ସମ୍ପ୍ରଦାୟର ଲୋକେ ଅଧିକ ପାଣି ପାଉଛନ୍ତି । ହିନ୍ଦୁ ସଂପ୍ରଦାୟ ବିଜେପିକୁ ଭୋଟ ଦେଇଥିବାରୁ ଜାଣିଶୁଣି ଏଭଳି ହଇରାଣ କରାଯାଉଥିବା ଅଭିଯୋଗ ଆଣିଛନ୍ତି ବିଜେପି ନେତା । ଏପରିକି ସେ କେଜ୍ରିଓ୍ବାଲଙ୍କୁ ଟାର୍ଗେଟ କରି ମଧ୍ୟ କହିଛନ୍ତି । କେଜ୍ରିଓ୍ବାଲଙ୍କ ଅଧିନରେ ଜଳ ବିଭାଗ ଯାଉଥିବାବେଳେ ଲୋକଙ୍କୁ ପାଣି ମିଳୁନଥିବା ଦୁର୍ଭାଗ୍ୟଜନକ କଥା । ସେ ଟ୍ବିଟରରେ ଏକ ଭିଡିଓ ପୋଷ୍ଟ କରିଥିବାବେଳେ ଏହା ବେଶ ଭାଇରାଲ ହେବାରେ ଲାଗିଛି ।