ଦିଲ୍ଲୀରେ ହୋଇପାରେ ଡ୍ରୋନ ଆକ୍ରମଣ, ଷଡ଼ଯନ୍ତ୍ର କରୁଛନ୍ତି ଆତଙ୍କବାଦୀ
1 min read
ନୂଆଦିଲ୍ଲୀ: ଦିଲ୍ଲୀରେ ଆକ୍ରମଣ କରିବା ନେଇ ଷଡ଼ଯନ୍ତ୍ର । ଡ୍ରୋନ୍ ଜରିଆରେ ଆକ୍ରମଣ କରିପାରନ୍ତି ଆତଙ୍କବାଦୀ । ଗୁଇନ୍ଦାସଂସ୍ଥା ଏଭଳି ଖବର ପାଇବା ପରେ ଦିଲ୍ଲୀ ପୋଲିସକୁ ଆଲର୍ଟ କରାଯାଇଛି । ଅଗଷ୍ଟ ୧୫ ତାରିଖ ପୂର୍ବରୁ ଏହି ଆକ୍ରମଣ ହେବା ନେଇ ସୁରାଗ ପାଇଛି ଗୁଇନ୍ଦାସଂସ୍ଥା । ଏଭଳିକି ଅଗଷ୍ଟ ୫ ତାରିଖରେ ଆକ୍ରମଣ ହୋଇପାରେ ବୋଲି ଜଣାପଡିଛି । ଅଗଷ୍ଟ ୫ ତାରିଖରେ ଜାମ୍ମୁ-କାଶ୍ମୀରରୁ ହଟିଥିଲା ଧାରା ୩୭୦ ।
ସେହିଦିନ ଆକ୍ରମଣ ହେବା ନେଇ ସୂଚନା ମିଳିଛି । ଏଭଳି କିଛି ଖବର ମିଳିବା ପରେ ଦିଲ୍ଲୀ ପୋଲିସ ଏବେ ଆଲର୍ଟ ରହିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ବିଶେଷକରି ଦେଶ ବାହାର ଲୋକଙ୍କ ଉପରେ ଅଧିକ ନଜର ରଖିବା ସହ ପାଟ୍ରୋଲିଂ କଡାକଡି କରିଛି ଦିଲ୍ଲୀ ପୋଲିସ । ସାଧାରଣତଃ ଭାବେ ଅଗଷ୍ଟ ୧୫ ଏବଂ ଜାନୁଆରୀ ୨୬ ତାରିଖ ପାଇଁ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଥାଏ ।