spot_img

Latest Posts

ମିଳିଲା ଅନୁମତି: ରାଜଧାନୀରେ ହେବ ମଦ’ର ହୋମ୍ ଡେଲିଭରୀ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ହେବ ମଦ’ର ହୋମ ଡେଲିଭରୀ । ଆଉ ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାର ଅନୁମତି ମଧ୍ୟ ଦେଇସାରିଛନ୍ତି । ଦିଲ୍ଲୀରେ ଏବେ ମୋବାଇଲ୍ ଆପ୍ ଏବଂ ୱେବସାଇଟ୍ ମାଧ୍ୟମରେ ମଦ ବିକ୍ରି କରାଯିବ। ଏହାପୂର୍ବରୁ ଛତିଶଗଡ ସରକାର କରୋନା ମହାମାରୀ ମଧ୍ୟରେ ମଦ ହୋମ ଡେଲିଭରୀ କରିବାକୁ ଅନୁମତି ଦେଇଥିଲେ ।

ସୂଚନା ଅନୁସାରେ ଅବକାରୀ ବିଭାଗର ନିୟମ ଅନୁଯାୟୀ, ୨୦୨୧ ଅନୁସାରେ L-13 ଲାଇସେନ୍ସଧାରୀଙ୍କୁ ଲୋକଙ୍କ ଘରେ ମଦ ପହଞ୍ଚାଇବାକୁ ଦିଆଯିବାର ଅଛି । ତେଣୁ ଯେଉଁମାନଙ୍କ ପାଖରେ L-13 ଲାଇସେନ୍ସ ଅଛି, ସେମାନେ ଅର୍ଡର ଆସିବା ପରେ ହୋମ ଡେଲିଭରୀ କରିପାରିବେ । ଏହା ବ୍ୟତୀତ ବିଜ୍ଞପ୍ତିରେ କୁହାଯାଇଛି ଯେ ଲାଇସେନ୍ସଧାରୀମାନେ କେବଳ ମୋବାଇଲ୍ ଆପ୍ କିମ୍ବା ଅନଲାଇନ୍ ୱେବ୍ ପୋର୍ଟାଲ୍ ମାଧ୍ୟମରେ ହୋମ ଡେଲିଭରୀ କରିପାରିବେ । ଏହାସହ ହଷ୍ଟେଲ, ଅଫିସ୍ ଏବଂ ଅନୁଷ୍ଠାନରେ ମଦର କୌଣସି ହୋମ ଡେଲିଭରୀ କରାଯିବ ନାହିଁ। ଯଦିଓ ଦିଲ୍ଲୀ ସରକାର ଗତ ବର୍ଷର ମଦ’ର ହୋମ ଡେଲିଭରୀ ନୀତି ଉପରେ ବିଚାର କରିଥିଲେ, କିନ୍ତୁ ପୂର୍ବରୁ କରାଯାଇଥିବା ନିୟମ ଅନୁଯାୟୀ ସେଥିରେ ମଦ’ର ହୋମ ଡେଲିଭରୀ ସମ୍ଭବ ନଥିଲା, ତେଣୁ ଏହି ନିୟମରେ ସଂଶୋଧନ କରାଯାଇଛି।

ଘରେ ପହଞ୍ଚିବ ଦେଶୀ ଓ ବିଦେଶୀ ମଦ

ଦିଲ୍ଲୀ ସରକାର ଦେଇଥିବା ବିଜ୍ଞପ୍ତି ଅନୁଯାୟୀ, ଦିଲ୍ଲୀରେ ମୋବାଇଲ୍ ଆପ୍ କିମ୍ବା ଅନଲାଇନ୍ ୱେବ୍ ପୋର୍ଟାଲ୍ ମାଧ୍ୟମରେ ମଦ ଅର୍ଡର କରାଯିବ । ଏବଂ ଏହାମାଧ୍ୟମରେ ଦେଶୀ ଓ ବିଦେଶୀ ମଦକୁ ଘରେ ବିତରଣକୁ ଅନୁମତି ଦିଆଯିବ। ଗତ ବର୍ଷ ସୁପ୍ରିମକୋର୍ଟ ରାଜ୍ୟମାନଙ୍କୁ ମଦ ବିତରଣ ବିଷୟରେ ବିଚାର କରିବାକୁ କହିଥିଲେ। , କାରଣ କରୋନା ମହାମାରୀ ସମୟରେ, ମଦ ଦୋକାନ ବାହାରେ ପ୍ରବଳ ଭିଡ଼ କାରଣରୁ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରହୁ ନଥିଲା । ତେବେ ଦିଲ୍ଲୀରେ ମଦ ବିତରଣକୁ କେବଳ L-13 ଲାଇସେନ୍ସଧାରୀଙ୍କୁ ପ୍ରଦାନ କରିବାକୁ ଅନୁମତି ଦିଆଯାଇଛି।

Latest Posts

Don't Miss