ଦିଲ୍ଲୀ-ଡେରାଡୁନ ଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର

1 min read

ନୂଆଦିଲ୍ଲୀ: ହରିଦ୍ୱାର- ଦିଲ୍ଲୀ-ଡେରାଡୁନ ଶତାବ୍ଦୀ ଏକ୍ସପ୍ରେସରେ  ଅଗ୍ନିକାଣ୍ଡ । ଟ୍ରେନର ସି-୪ ବଗିରେ ଲାଗିଛି ନିଆଁ । ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି । ଲୋକୋ ପାଇଲଟ ଜରୁରୀ କାଳୀନ ସ୍ଥିତିରେ ଟ୍ରେନର ବ୍ରେକ ଲଗାଇ ଟ୍ରେନକୁ ଜଙ୍ଗଲରେ ଅଟକାଇଥିଲେ । ତତକ୍ଷଣାତ ଟ୍ରେନଟିକୁ ଖାଲି କରାଯାଇଥିଲା । ଏହା ସହିତ ନିଆଁ ଲାଗିଥିବା ବଗିକୁ ଟ୍ରେନରୁ ଅଲଗା କରି ଅନ୍ୟ ବଗି ଗୁଡ଼ିକୁ ସୁରକ୍ଷିତ ରଖାଯାଇଥିଲା । ଏହି ଟ୍ରେନରେ ବସିଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର ।

ସୂଚନା ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେମାନେ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ ପୁରା ବଗିରେ ନିଆଁ ଲାଗିଯାଇଥିଲା । ତେବେ ଅଗ୍ନିକାଣ୍ଡରେ କୌଣସି ଯାତ୍ରୀଙ୍କ ଜୀବନ ପ୍ରତି କ୍ଷତି ଆସିନାହିଂ ବୋଲି ସୂଚନା ଦେଇଛନ୍ତି ବନ ବିଭାଗ ଅଧିକାରୀ ଆରପି ନୋଟିୟାଲ ।

ଘଟଣାର ଘଟିବାର କିଛି ସମୟ ପରେ ଟ୍ରେନ ଲାଇନର ସମସ୍ତ ପାୱାଲ ସପ୍ଲାଏକୁ କାଟିଦିଆଯାଇଥିଲା ।

Leave a Reply