ତୃତୀୟଥର ପାଇଁ ଘୁଞ୍ଚିଲା ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ, କାଲି ହେବନି ଫାଶୀ

ନୂଆଦିଲ୍ଲୀ : କଥାରେ ଅଛି ଦଣ୍ଡେ ନିମିଷେ ଥିଲେ ପ୍ରାଣ ନନେଇ ପାରେ ଜନ୍ତୁରାଣ । ଅର୍ଥାତ୍ ଯମ ନ ଚାହିଁଲେ ପ୍ରାଣ ଯିବନାହିଁ । ଠିକ୍ ସେଇଆ ହିଁ ହୋଇଛି ନିର୍ଭୟା ଦୋଷୀଙ୍କ କ୍ଷେତ୍ରରେ । ଆସନ୍ତାକାଲି ହେବାକୁ ଥିବା ଫାଶୀ ପୁନର୍ବାର ସ୍ଥଗିତ ରହିଛି । ପଟିଆଲା ହାଉସ୍ କୋର୍ଟର ଡେଥ୍ ଓ୍ୱାରେଣ୍ଟ ଉପରେ ରୋକ୍ ଲଗାଇଛନ୍ତି ଦିଲ୍ଲୀର ଏକ କୋର୍ଟ ।  ଫାଶୀ ଉପରେ ପୁନର୍ବାର ରୋକ୍ ଲଗାଇବା ସହ ତୃତୀୟ ଥର ପାଇଁ ଘୂଞ୍ଚିଛି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କ ତାରିଖ । ତେବେ ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରାଯାଇନାହିଁ ।

ଆସନ୍ତାକାଲି ସକାଳ ୬ଟାରେ ଫାଶୀ ପାଇଥାନ୍ତେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତ ପବନ, ମୁକେଶ, ଅକ୍ଷୟ ଓ ବିନୟ । ତେବେ ଦିଲ୍ଲୀ କୋର୍ଟ କହିଛନ୍ତି ଯେ, ଆସନ୍ତାକାଲି ଫାଶୀ ହେବ ନାହିଁ । ଯେହେତୁ ପବନର ରାଜକ୍ଷମା ଆବେଦନ ଉପରେ ବିଚାର ହୋଇନାହିଁ ତେଣୁ ଫାଶୀକୁ ସ୍ଥଗିତ ରଖାଯାଇଥିବା କୋର୍ଟ କହିଛନ୍ତି । ପବନର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ଥିବାରୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ତିହାର ଜେଲରେ ନିର୍ଭୟା ଦୋଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ପୂର୍ବରୁ ଦୁଇ ଦୁଇ ଥର ଘୁଞ୍ଚିସାରିଛି ଫାଶୀର ତାରିଖ । ପ୍ରଥମେ ଜାନୁଆରୀ ୨୨ ତାରିଖରେ ଫାଶୀ ଦେବାକୁ ଡେଥ୍ ଓ୍ୱାରେଣ୍ଟ ଜାରି ହୋଇଥିଲା । ପରେ ଫେବ୍ରୁଆରୀ ୧ ତାରିଖରେ ଫାଶୀ ଦେବାକୁ ଦିଲ୍ଲୀର ପଟିଆଲା ହାଉସକୋର୍ଟ ତାରିଖ ଧାର୍ଯ୍ୟ କରିଥିଲେ । ପରେ ମାର୍ଚ୍ଚ ୩ ତାରିଖ ସକାଳ ୬ଟାକୁ ଫାଶୀ ତାରିଖ ଧାର୍ଯ୍ୟ ହୋଇଥିଲା । ମାତ୍ର ଭିନ୍ନ ଭିନ୍ନ କାରଣ ଦର୍ଶାଇ ଏହାକୁ ଘୁଞ୍ଚାଇଥିଲେ ଦୋଷୀଙ୍କ ଓକିଲ ।

ଆସନ୍ତାକାଲି ସକାଳ ୬ଟାରେ ନିର୍ଭୟା ଦୋଷୀଙ୍କ ଫାଶୀ ହେବ ନା ନାହିଁ ?

Leave a Reply