ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କୁ ଭେଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

ନୂଆଦିଲ୍ଲୀ: କେନ୍ଦ୍ର ବିରୋଧରେ ସଫଳ ହେବାରେ ଲାଗିଛି ମେଳି । ବିଆରଏସ ମୁଖ୍ୟ ତଥା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଭେଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ସାକ୍ଷାତ କାର୍ଯ୍ୟକ୍ରମରେ ବି ସାମିଲ ହୋଇଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍ । ବଦଳି ଓ ନିଯୁକ୍ତି କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କ କ୍ଷମତା ରହିଛି ବୋଲି ସୁପ୍ରିମକୋର୍ଟ ରାୟ ଦେବା ପରେ ଏହା ବିରୋଧରେ ଅଧ୍ୟାଦେଶ ଆଣିଥିଲେ କେନ୍ଦ୍ର ସରକାର ।

ଏହାକୁ ନେଇ କେନ୍ଦ୍ର ଓ ଦିଲ୍ଲୀ ମଧ୍ୟରେ ବଢିଥିଲା ବିବାଦ । ରାଜ୍ୟସଭାରେ ଏହି ଅଧ୍ୟାଦେଶ ବିରୋଧରେ ସମର୍ଥନ ଲାଗି ଅଭିଯାନ ଜାରି ରଖିଛନ୍ତି କେଜ୍ରିଓ୍ବାଲ । ଗତ ମେ ୧୧ ତାରିଖରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଦେଇଥିଲେ । ଏହି ପ୍ରସଙ୍ଗରେ ଗତ ୨୩ରେ ମମତା ବାନାର୍ଜୀ, ୨୪ରେ ଉଦ୍ଧବ ଠାକରେ, ୨୫ରେ ଶରଦ ପାଓ୍ବାରଙ୍କୁ ଭେଟିଥିଲେ କେଜ୍ରିଓ୍ବାଲ ।