କୋଠା ମରାମତି ବେଳେ ଭୁଶୁଡ଼ି ପଡ଼ିଲା ୨ମୃତ, ୪ଗୁରୁତର

1 min read

ନୂଆଦିଲ୍ଲୀ: ରାଜଧାନୀରେ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା। ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଥିବା ଏକ କୋଠା ଭୁଶୁଡ଼ିଲା । ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉଦ୍ଧାର ହୋଇଥିବା ଅନ୍ୟ ୪ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆହୁରି ୪ରୁ ୫ଜଣ କୋଠା ତଳେ ଫସି ରହିଥିବା ଅନୁମାନ କରାଯାଉଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଏନଡିଆରଏଫ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି ।

ତେବେ ୨୫ଜଣିଆ ଏନ୍‌ଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟ ଚଳାଇଥିବା ବିଭାଗୀୟ ଅଧିକାରୀଙକ ପକ୍ଷରୁ କୁହାଯାଇଛି । ତେବେ ସତ୍ୟ ନିକେତନ ସ୍ଥିତ ଏହି କୋଠା ମରାମତି ସମୟରେ ଭୁଶୁଡ଼ିପଡ଼ିଛି ।

କୋଠାର ଭଗ୍ନାଂଶ ତଳେ ପୋତି ହୋଇଥିବା ସମସ୍ତ ଶ୍ରମିକ ବିହାରର ଅରିଆର ବାସିନ୍ଦା ବୋଲି କୁହାଯାଉଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଦିଲ୍ଲୀ ଅଗ୍ନିଶମ ବିଭାଗ ତୁରନ୍ତ ଚାରିଟି ଗାଡ଼ିକୁ ଘଟଣାସ୍ଥଳକୁ ପଠାଇଛି। ଏହା ସହ ଏନଡିଅରଏଫ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏନଡିଅରଏଫ ଦଳ ଘଟଣାସ୍ଥଳରେ ପହଞ୍ଚି କଟର ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଚାରିଜଣ ଶ୍ରମିକଙ୍କୁ କୋଠାର ଭଗ୍ନାଂଶ ଭିତରୁ ଉଦ୍ଧାର କରାଯାଇଥିବା ବେଳେ ଜେସିବି ଲଗାଇ କୋଠାର ଭଗ୍ନାଂଶ କଢ଼ାଯାଉଥିବା ଜଣାପଡ଼ିଛି।