ଅରବିନ୍ଦ କେଜ୍ରିୱାଲଙ୍କ ଘରେ ୧୫ ମିନିଟର ବୈଠକ
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ, ରବିବାର ଦିନ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଆମ ଆଦମୀ ପାର୍ଟି ବିଧାୟକମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବିଧାୟକମାନଙ୍କ ବୈଠକ ଅପରାହ୍ନ ୪ଟାରେ ଆରମ୍ଭ ହୋଇ ୪.୧୫ରେ ଶେଷ ହୋଇଥିଲା। ଏହି ୧୫ ମିନଟର ବୈଠକରେ ଅନେକ ବିଷୟରେ ଆଲୋଚନା ହୋଇଥିଲା। ବୈଠକ ପରେ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶି ମାରଲେନା କହିଛନ୍ତି, ଅରବିନ୍ଦ କେଜ୍ରିୱାଲ ୨୨ ଜଣ ନବନିର୍ବାଚିତ ବିଧାୟକଙ୍କ ଏକ ବୈଠକ କରିଥିଲେ। କେଜରିୱାଲ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ଜନସାଧାରଣଙ୍କ ସମସ୍ତ କାମ କରିବାକୁ ପଡିବ। ଆତିଶି ଏହା ମଧ୍ୟ କହିଛନ୍ତି, ବିରୋଧୀ ଦଳ ଭାବରେ ଏକ ସକାରାତ୍ମକ ଭୂମିକା ଗ୍ରହଣ କରିବା ଏବଂ ସରକାରଙ୍କ ଦାୟିତ୍ୱ ସୁନିଶ୍ଚିତ କରିବା ଆମର ଦାୟିତ୍ୱ । ବିରୋଧୀ ଦଳ ନେତାଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆଲୋଚନା ହୋଇନାହିଁ। ପରାଜୟ ସମ୍ପର୍କରେ ଆଲୋଚନା ଚାଲିଛି, ଆମେ ଜନାଦେଶକୁ ଗ୍ରହଣ କରୁଛୁ। ଏହି ନିର୍ବାଚନ ଗୁଣ୍ଡାଗିରି ସହ ଲଢ଼ାଯାଇଛି, ଏହା ପୂର୍ବରୁ କେବେ ହୋଇନଥିଲା। ଏଥିରେ ପ୍ରଶାସନ ସାମିଲ ଥିଲା। ଆପ କାହିଁକି ହାରିଲା ସେ ବିଷୟରେ ବିଶ୍ଳେଷଣ ଚାଲିଛି । ଏହି ନିର୍ବାଚନରେ ଗୁଣ୍ଡାଗର୍ଦ୍ଦିକୁ ନେଇ ହୋଇଥିଲା । ଯାହା ଦିଲ୍ଲୀର ଇତିହାସରେ ଏପରି ନିର୍ବାଚନ କେବେ ହୋଇନଥିବ । ଯେଉଁଠାରେ ଖୋଲାଖୋଲି ଟଙ୍କା ବଣ୍ଟନ କରାଯାଇଛି, ଖୋଲାଖୋଲି ମଦ ବଣ୍ଟନ କରାଯାଇଛି, ପୋଲିସ ଏହାକୁ ବଣ୍ଟୁଛି ଏବଂ ଯିଏ ଏ ବିଷୟରେ ଅଭିଯୋଗ କରୁଛି ତାଙ୍କୁ ଜେଲରେ ଭର୍ତ୍ତି କରାଯାଉଛି ବୋଲି ଆତିଶି କହିଛନ୍ତି । କିନ୍ତୁ ଆମେ ଦିଲ୍ଲୀବାସୀଙ୍କ ଜନାଦେଶକୁ ଗ୍ରହଣ କରୁଛୁ ଏବଂ ଏକ ଗଠନମୂଳକ ବିରୋଧୀ ଦଳ ଭୂମିକା ଗ୍ରହଣ କରିବୁ। ଆପର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବା ପରେ ଆପ ନେତା ମୁକେଶ ଆହଲାୱତ କହିଛନ୍ତି ଯେ ଆମେ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛୁ ଏବଂ ସେ ଆମକୁ ଦୃଢ଼ ବିରୋଧୀ ଭୂମିକା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।