spot_img

Latest Posts

ବାରହା ଶିକାର ପାଇଁ ବିଛାଯାଇଥିବା ତାରରେ ଲାଗି ଯୁବକଙ୍କ ମୃତ୍ୟୁ

ରାୟଗଡ଼ା: ବାରହା ଶିକାର ପାଇଁ ବିଚ୍ଛାଯାଇଥିବା ତାର ସମ୍ପର୍କରେ ଆସି ଜଣଙ୍କର ମୃତ୍ୟୁ ହୋଇଛି । ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଧୁଡୁକାବାହାଲ୍ ପଞ୍ଚାୟତ କୁନ୍ଦୁପୁଟ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ, କୁନ୍ଦୁପୁଟ ଗାଁ ନିକଟରେ ଏକ ଜଙ୍ଗଲ ରହିଛି ଯେଉଁଠି ବାରହା ଶିକାର ପାଇଁ ଅନେକ ସୟମରେ କରେଣ୍ଟ ତାର ବିଛାଇଥାନ୍ତି ସ୍ଥାନୀୟ ଲୋକେ।

ତେବେ ଆଜି ଭୋର୍ ସମୟରେ ଏହି ରାସ୍ତାଦେଇ ସୁଧୀର ମାଝିଙ୍କ ସମେତ ୪ଜଣ ଘରକୁ ଫେରୁଥିଲେ । ସେହି ସମୟରେ ବିଛାଯାଇଥିବା ତାରରେ ଲାଗିଯାଇ ଘଟଣା ସ୍ଥଳରେ ସୁଧୀରଙ୍କର ମୃତ୍ୟୁ ହୋଇଛି । ଏନେଇ କାହାର ପ୍ରତିକ୍ରିୟା ମିଳିନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ')}

Latest Posts

Don't Miss