କେନ୍ଦୁଝର ରାମଚନ୍ଦ୍ରପୁରରେ ଅଭାବନୀୟ ଘଟଣା, ଖୋଳାହେଲା ଶବ

1 min read

କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁରରେ ଘଟିଛି ଅଭାବନୀୟ ଘଟଣା। ଗାଁର ଜଣେ ଯୁବକ ଅଭିମନ୍ୟୁ ନାଥଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହେବା ପରେ ଏହାକୁ ନେଇ ଘନେଇବାରେ ଲାଗିଛି ବିବାଦ। ଘଟଣା ଏପରି ହୋଇଛି ଯେ ଶ୍ମଶାନରୁ ମୃତଦେହକୁ ଖୋଳି ପୋଲିସକୁ ତଦନ୍ତ କରିବାକୁ ପଡ଼ିଛି। ମୃତ ଅଭିମନ୍ୟୁଙ୍କ ଭାଇଙ୍କ କହିବା କଥା, ନିଶା ସେବନ କରି ଅଭିମନ୍ୟୁ ଘରୁ ଫେରିଥିଲେ। ଘରେ ପ୍ରବଳ ପାଟିତୁଣ୍ଡ କରିଥିଲେ। ହୋସରେ ନଥାଇ ନାନା ଅଶ୍ରାବ୍ୟ ଭାଷାରେ ସେ ଗାଳିଗୁଲଜ କରୁଥିବା ବେଳେ ତଳେ ପଡ଼ିଯିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମାତ୍ର ଅଭିମନ୍ୟୁଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିବା ଓ ହଠାତ ମୃତ୍ୟୁ ହେବାକୁ ନେଇ ଗାଁରେ ଭିନ୍ନ ଚର୍ଚ୍ଚା ହୋଇଥିଲା। ତାଙ୍କୁ ମାରିଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହାପରେ ପୋଲିସ ଆସି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ଅଭିମନ୍ୟୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ଗାଁ ଲୋକେ ସନ୍ଦେହ କରୁଛନ୍ତି। ଫଳରେ ରାମଚନ୍ଦ୍ରପୁର ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଗାଁରେ ପହଞ୍ଚି ପ୍ରଥମେ ନଈପଠାକୁ ଯାଇଥିଲେ। ସେଠାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶ୍ମଶାନରୁ ମୃତଦେହକୁ ଖୋଳି ବାହାର କରିଛି ପୋଲିସ। ଏଥିସହିତ ପରିବାର ସଦସ୍ୟ ଓ ବିଭିନ୍ନ ଲୋକଙ୍କୁ ପଚରାଉଚରା ଆରମ୍ଭ କରିଛି। ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୋଲିସ କହିଛି। ')}

Leave a Reply