ବିଶ୍ୱ ସାଇକେଲ ଦିବସ ଅବସରରେ ରାଜଧାନୀରେ ସାଇକ୍ଲୋଥନ

ଭୁବନେଶ୍ୱର: ସମଗ୍ର ବିଶ୍ୱକୁ ଘାରିଛି ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ଚିନ୍ତା । ଏହାର ପ୍ରତିକାର ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏଭଳି ସ୍ଥିତିରେ ଆଜି ବିଶ୍ୱ ସାଇକେଲ ଦିବସ ଅବସରରେ ଭୁବନେଶ୍ୱର ସ୍ମାର୍ଟସିଟି ପକ୍ଷରୁ ଆୟୋଜିତ ହୋଇଛି ସାଇକ୍ଲୋଥନ । କିଟ୍ ବିଶ୍ଵ ବିଦ୍ୟାଳୟ ନିକଟରୁ ଏହି ସାଇକ୍ଲୋଥାନ ବାହାରି ୧୦ କିଲୋମିଟର ଅତିକ୍ରମ କରି ଶିଶୁଭବନ ଛକ ପର୍ଯ୍ୟନ୍ତ ଯାଇଥିଲା । ଏହି ସାଇକ୍ଲୋଥନରେ ଚଳଚ୍ଚିତ୍ର ତାରକା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର, ହକି ତାରକା ତଥା ପୂର୍ବତନ ସାଂସଦ ଦିଲୀପ ତିର୍କୀ ପ୍ରମୁଖ ଉପସ୍ଥିତ ରହି ବିଶ୍ୱ ସାଇକେଲ ଦିବସ ପାଳନ ଓ ଏହାର ତାତ୍ପର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଏହି ସାଇକ୍ଲୋଥନରେ ବିଭିନ୍ନ ବର୍ଗରୁ ବହୁ ସାଇକେଲ ଚାଳକ ସାମିଲ ହୋଇଥିଲେ ।