ସମ୍ବଲପୁରରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ କର୍ଫ୍ୟୁ କୋହଳ

1 min read

ସମ୍ବଲପୁର: ସମ୍ବଲପୁରରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ କର୍ଫ୍ୟୁ କୋହଳ । ସକାଳ ୭ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ ଦୋକାନବଜାର । ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବ ଦୋକାନ । ଆସନ୍ତାକାଲିଠାରୁ ବର୍ଦ୍ଧିତ କୋହଳ ସମୟ ଲାଗୁହେବ ବୋଲି କହିଛନ୍ତି ଜିଲ୍ଲାପାଳ ଅନନ୍ୟା ଦାସ । ସେପଟେ SRC ସତ୍ୟବ୍ରତ ସାହୁଙ୍କ ସମ୍ବଲପୁରରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।

ପରିସ୍ଥିତି ନିୟନ୍ତ୍ରଣରେ ରହିଛି । ୪୮ଘଣ୍ଟା ମଧ୍ୟରେ କୌଣସି ଗଣ୍ଡଗୋଳ ହୋଇନାହିଁ । ଖୁବଶୀଘ୍ର ସ୍ଥିତି ଫେରିଆସିବା ସମ୍ଭାବନା ରହିଛି । ଭାଇଚାରା ବଜାୟ ରଖିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି SRC । ସେପଟେ ଏସପି ଅଫିସରେ ପୁଣି ସମୀକ୍ଷା କରିଛନ୍ତି ପୋଲିସ ଡିଜି । ଦିନେ ୨ ଦିନ ମଧ୍ୟରେ ସ୍ବାଭାବିକ ହେବ ସ୍ଥିତି । ବିଶୃଙ୍ଖଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଘଟଣାକୁ ପ୍ରତ୍ୟେକ୍ଷ ଭାବେ ନଜର ରଖାଯାଇଛି ବୋଲି କହିଛନ୍ତି ପୋଲିସ ଡିଜି ।