ଆମେରିକାରେ ଅଶୋଧିତ ତୈଳ ଦର ଶୂନ ଡଲାରରୁ କମ୍ ! ଭାରତ ପାଇଁ ସଙ୍କଟ କାହିଁକି ଜାଣନ୍ତୁ

1 min read

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଯୋଗୁଁ ବିଶ୍ୱରେ ଅର୍ଥନୀତି ହ୍ରାସ ପାଉଥିବା ଦେଖାଯାଉଛି । ଅଶୋଧିତ ତୈଳ ମୂଲ୍ୟ ମଧ୍ୟ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ସୋମବାର, ଆମେରିକାର ଓ୍ୱେଷ୍ଟ ଟେକ୍ସାସ୍ ଇଣ୍ଟରମିଡିଏଟ୍ ବଜାରରେ ଅଶୋଧିତ ତୈଳର ମୂଲ୍ୟ ମାଇନସକୁ ଚାଲି ଆସିଛି । WTI ବଜାର ଇତିହାସରେ ଏହା ହେଉଛି ସବୁଠାରୁ ବଡ ହ୍ରାସ । ବିଶ୍ୱ ବ୍ୟାପୀ ଲକଡାଉନ୍ କୁ ଦୃଷ୍ଟିରେ ରଖି ଯେଉଁ ବ୍ୟବସାୟୀମାନେ ଭବିଷ୍ୟତ ଡିଲ୍ କରିଥିଲେ ସେମାନେ ବର୍ତ୍ତମାନ ଅଶୋଧିତ ତୈଳ ନେବାକୁ ପ୍ରସ୍ତୁତ ନୁହଁନ୍ତି । ସେମାନଙ୍କ ପାଖରେ ଏତେ ପରିମାଣର ତେଲ ଗଚ୍ଛିତ ଅଛି ଯାହା ଏବେ କରୋନା ପାଇଁ ଖର୍ଚ୍ଚ ହେଉନାହିଁ ।

ତେଣୁ, ଉତ୍ପାଦକମାନେ ଅଳ୍ପ ଦରରେ ଅଶୋଧିତ ତୈଳ ନେଇ ଏହି ଡିଲକୁ ପୁରା କରିବାକୁ କହିଛନ୍ତି । ସେପଟେ ଅଶୋଧିତ ତୈଳ ଇତିହାସରେ ଏହା ପ୍ରଥମ ଥର ହୋଇଛି । ଜୁନ୍ ଚୁକ୍ତି ପାଇଁ WTIରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୨୨.୧୫ ଡଲାର ଥିଲା । ମାତ୍ର ଏକ ମାସ ମଧ୍ୟରେ ୬୦ ଟଙ୍କା ବ୍ୟବଧାନ ହୋଇଯାଇଛି । ସୋମବାର ଦିନ ଜୁନ୍ ପାଇଁ  ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ପ୍ରାୟ ୨୬ ଡଲାର ଥିବାବେଳେ ମେ ପାଇଁ ଅଶୋଧିତ ତୈଳ ଫ୍ୟୁଚର ହାର ବ୍ୟାରେଲ ପିଛା ପ୍ରାୟ ୨୩ ଡଲାର ଥିଲା । ଆଜି ସ୍ପଟ୍ ମାର୍କେଟ ବିଷୟରେ କହିବାକୁ ଗଲେ ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା ପ୍ରାୟ ୨୫ ଡଲାର ଏବଂ ଇଣ୍ଡିଆନ କ୍ରୁଡ ବାଷ୍କେଟ ଅଏଲ  ବ୍ୟାରେଲ ପିଛା ପ୍ରାୟ ୨୦ ଡଲାର ରହିଛି । ଅର୍ଥାତ୍ ଭାରତ ପାଇଁ ଅଶୋଧିତ ତୈଳ ଡଲାର ପିଛା ପ୍ରାୟ ୨୦ ଡଲାର ରହିଛି । କହିବାକୁ ଗଲେ ଆମେରିକା ତାର ତୈଳ ବ୍ୟବଶାୟରେ ଏକ ବଡ଼ କ୍ଷତିର ଶୀକାର ହୋଇଛି ।

ଆମେରିକାର ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ଭାରତ ଉପରେ ପ୍ରଭାବ ପକାଇବ ନାହିଁ । ଭାରତ ଆମଦାନୀ କରୁଥିବା ତୈଳର ପ୍ରାୟ ୮୦ ପ୍ରତିଶତ ତୈଳ ଉତ୍ପାଦନକାରୀ ଓପେକ ହୋଇଥାଏ । OPEC ଦେଶମାନେ ସାଉଦି ଆରବ ଦ୍ୱାରା ପରିଚାଳିତ ହୋଇଥାଏ । ଏଥିରେ ଅଧିକାଂଶ ଗଲ୍ଫ ଦେଶ ଅନ୍ତର୍ଭୁକ୍ତ ।  ଅର୍ଥାତ୍ ଯେତେବେଳେ ଗଲ୍ଫ ଦେଶଗୁଡ଼ିକରେ ତୈଳ ଦରକୁ ନେଇ ହଟଚମଟ ଦେଖାଯାଇଥାଏ ସେତେବେଳେ ଭାରତର ତୈଳ ବଜାର ପ୍ରଭାବିତ ହୋଇଥାଏ । ତେବେ ଆମେରିକାରେ ତୈଳ ବଜାରରେ କୌଣସି ପ୍ରକାରର ପ୍ରଭାବ ପଡ଼ିଲେ ତାହା ଭାତର ଉପରେ ପ୍ରଭାବ ପକାଇ ନଥାଏ ।

ଶକ୍ତି ବିଶେଷଜ୍ଞ ନରେନ୍ଦ୍ର ତାନେଜା କହିଛନ୍ତି ଯେ ଏହା ଭାରତ କିମ୍ବା ବିଶ୍ୱର ଅର୍ଥନୀତି ପାଇଁ ଶୁଭ ସଙ୍କେତ ନୁହେଁ । ସେ କହିଛନ୍ତି, କରୋନା ସଙ୍କଟ ଯୋଗୁଁ ବିଶ୍ୱର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଛି । ଭାରତରେ ମଧ୍ୟ ତାଲା ପଡିଥିବାରୁ ପେଟ୍ରୋଲିୟମର ଚାହିଦା ହ୍ରାସ ପାଇଛି । ଏଭଳି ପରିସ୍ଥିତିରେ ଅଶୋଧିତ ତୈଳର ମୂଲ୍ୟରେ କ୍ରମାଗତ ହ୍ରାସ ଏବଂ ଏହି ସ୍ତରକୁ ଯିବା ଦ୍ୱାରା ଗଲ୍ଫ ଦେଶର ଅର୍ଥନୀତି ଅସ୍ଥିର ହେବାର ଆଶଙ୍କା ସୃଷ୍ଟି କରେ । ଗଲ୍ଫ ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ଭାବେ ତେଲ ଉପରେ ନିର୍ଭରଶୀଳ । ସେଠାରେ ପ୍ରାୟ ୮୦ ଲକ୍ଷ ଭାରତୀୟ କାର୍ଯ୍ୟ କରୁଛନ୍ତି, ଯେଉଁମାନେ ପ୍ରତିବର୍ଷ ଭାରତକୁ ପ୍ରାୟ ୫୦ ଅରବ ଡଲାର ପଠାନ୍ତି । ସେଠାରେ ଅର୍ଥନୀତି ପ୍ରଭାବିତ ହେଲେ ଲୋକଙ୍କ ଚାକିରୀ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ ।

Leave a Reply