ମାଛ ଧରୁଥିବା ବେଳେ ଟାଣି ନେଲା କୁମ୍ଭୀର

ଯାଜପୁର: ଭାଇ ସହ ମାଛ ଧରିବା ବେଳେ ଯୁବକଙ୍କୁ ଟାଣି ନେଲା କୁମ୍ଭୀର । ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ଅଞ୍ଚଳରର କହରାଗଣ୍ଡ ଗାଁର । ଗାଁର ନିଶିକାନ୍ତ (୪୦) ଭାଇ ସହ ନଦୀରେ ମାଛ ମାରୁଥିବା ବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଛି ।  ପାଖରୁ ଖବର ପାଇ ସ୍ଥାନୀୟ ଲୋକ ପହଞ୍ଚି ଖୋଜାଖୋଜି ଆରମ୍ଭ କରିବା ସହ ଓଡ୍ରାଫ ଟିମକୁ ଖବର ଦେଇଥିଲେ । ନଦୀରେ ଖୋଜାଖୋଜି ଚାଲିଥିଲେ ବି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ନିଶିକାନ୍ତଙ୍କ କୌଣସି ସୂଚନା ମିଳିନି ।

ସୂଚନାଯୋଗ୍ୟ, ତନ୍ତୀ ଘାଇ ଶାଖାର ଦୁଧେଇ ଓ ଚିଙ୍ଗୁଡ଼ିଆ ନାଳରେ ଗତ ମାସରେ ଆସିଥିବା ବନ୍ୟାରେ ଏକ କୁମ୍ଭୀରକୁ ଦେଖିବାକୁ ମିଳିଥିଲା ।  ଖବର ପାଇ ବିଞ୍ଝାରପୁର ବନ ବିଭାଗ ଅଧିକାରୀ ଯାଞ୍ଚ କରିବା ପରେ କୁମ୍ଭୀର ଥିବା ସ୍ପଷ୍ଟ ହୋଇଥିଲା । ଏହାପରେ ଲୋକଙ୍କୁ ନଦୀକୁ ନ ଯିବାକୁ ଡାକବାଜି ଯନ୍ତ୍ର ଓ ପୋଷ୍ଟର ଲଗାଇ ସଚେତନ କରାଯାଇଥିଲା ।

Leave a Reply