ପୋଲିସ କମିଶନରଙ୍କ ଅପରାଧ ସମୀକ୍ଷା ବୈଠକ

1 min read

ଟେନସନରେ କମିଶନରେଟ ପୋଲିସ। କ୍ରାଇମ ଓ କ୍ରିମିନାଲ ଉପରେ ରୋକ ନେଇ ପୋଲିସ କମିଶନରଙ୍କ ମାନମନ୍ଥନ । ଟ୍ବିନସିଟିର ସମସ୍ତ ଥାନା ବାବୁ ଓ ଏସପିଙ୍କୁ ଟାସ୍କ । ହତ୍ୟା, ସିନ୍ଧିଚୋରୀ, ସଂଗଠିତ ଅପରାଧ ଓ ପେଶାଦାର ଅପରାଧୀ ଉପରେ କଡା ନଜର ରଖିବାକୁ ପୋଲିସ କମିଶନରଙ୍କ ତାଗିଦ । ଲୋକାଲ ଦାଦା ଓ ପେଶାଦାର ଅପରାଧୀ ବିରୋଧରେ ଖୁବଶୀଘ୍ର ଏନଏସଏ ଲଗାଇବା ସହ ତଡିପାର କରିବାକୁ ତାଲିକ।ପ୍ରସ୍ତୁତ କରିଛି ପୋଲିସ। କ୍ରାଇମ ମିଟିଂରେ ଇଣ୍ଟିଲଜେନ୍ସି ପୋଲିସିଂ ଉପରେ ଗୁରୁତ୍ବ ଦେବାକୁ  କମିଶନରେଟ ପୋଲିସର ଅପରାଧ ସମୀକ୍ଷା ବୈଠକରେ ଆଲୋଚନା ହୋଇଛି । ଅପରାଧ ତଦନ୍ତ ଓ ଦଣ୍ଡ ବିଧାନ ହାର କିଭଳି ବଢିବ ସେ ନେଇ କମିଶନରେଟ ପୋଲିସ ସରକାରୀ ଓକିଲଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ଗତ ୩ ମାସରେ ଘଟିଥିବା ଅପରାଧ, ଚାର୍ଜସିଟ, ଥାନାରେ ପଡିଥିବା ମାମଲା ଓ ଅଭିଯ଼ୁକ୍ତଙ୍କ ଉପରେ ହୋଇଥିବା କାର୍ଯ୍ୟନୁଷ୍ଠାନ ଉପରେ ଆଲୋଚନା କରିଥିଲେ ପୋଲିସ କମିଶନର। ୨୦୧୨ ମସିହାରେ ଘାଟିକିଆ ସନ୍ଦୀପ ନନ୍ଦ ହତ୍ୟାକାଣ୍ଡ ମାମଲାରେ ୧୦ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ଏଭଳି ଅନ୍ୟ ମାମଲାର ଦଣ୍ଡାଦେଶ ଓ ଶାକ୍ଷୀମାନଙ୍କୁ ତଦନ୍ତ ଶେଷ ଯାଏଁ କିଭଳି ସୁରକ୍ଷା ମିଳି ପାରିବ ଏବଂ ଦୋଷୀ ଦଣ୍ଡ ପାଇବ ତାକୁ ନେଇ ଆଲୋଚନ ହୋଇଥିଲା।

ଅନ୍ୟପଟେ କଟକ ଅପେକ୍ଷା ରାଜଧାନୀରେ ଅପରାଧ ବଢିବା ନେଇ ଚିନ୍ତାରେ ପୋଲିସ କମିଶନର । ଗତ ୧୫ ଦିନରେ ସିନ୍ଧିଚୋରୀ, ଲୁଟ, ହତ୍ୟା ଓ ରହସ୍ୟଜନକ ମୃତ୍ୟୁ ପୋଲିସର ଚିନ୍ତା ବଢାଇଛି । ଧଉଳି, ଲିଙ୍ଗରାଜ, ବଡଗଡ, ଏୟାରଫିଲ୍ଡ, ଖଣ୍ଡଗିରି ଓ ସହିଦନଗର ଥାନାର ଅଧିକାରୀ ମାନଙ୍କୁ ତାଗିଦ କରିଛନ୍ତି ପୋଲିସ କମିଶନର । ରାଜଧାନୀରେ ସୁନ୍ଦରପଦା ଅମରେଶ ନାୟକ ହତ୍ୟାକାଣ୍ଡ, ମହିଳା ଆଇନଜିବୀ ଦୀପାଲୀ ପ୍ରିୟଦର୍ଶିନୀ ଜେନଙ୍କ ଆତ୍ମହତ୍ୟା, ଓ ସମାନ୍ତରାପୁର ଅଞ୍ଚଳରୁ ବୃଦ୍ଧ ଦମ୍ପତ୍ତିଙ୍କୁ ତାଲା ପକାଇ ଲକ୍ଷାଧିକ ଟଙ୍କାର ସୁନା ଓ ଗହଣ ଲୁଟ ଘଟଣାରେ ବ୍ୟାକଫୁଟରେ ଭୁବନେଶ୍ବର କମିଶନରେଟ ପୋଲିସ। ଏହି ଘଟଣାରେ ଅପରାଧୀଙ୍କୁ ଧରିବା ଦୂରର କଥା ଛାଇ ମାଡି ପାରିନି ପୋଲିସ ।

ଅନ୍ୟପଟେ  5-ଟି  ଓ ମୋ ସରକାରକୁ ଏକ ମାସ ପୁରିଛି । କମିଶନରେଟ ପୋଲିସରେ ରେଜଲ୍ଟ ଭଲ ଥିବା ବେଳେ ପୋଲିସ ସେବାରେ ୯୫ ପ୍ରତିଶତ ଲୋକଙ୍କ ମନରେ ସକରାତ୍ମକ ରହିଛି । ଅନ୍ୟପଟେ ରାଜଧାନୀରେ ଅପରାଧ ରୋକିବା ପାଇଁ ବଦଳି ହୋଇଥିବା ଅଫିସର ମାନଙ୍କୁ ପୁଣିଥରେ ଭୁବନେଶ୍ବର ଫେରାଇ ଆଣିବାକୁ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀ ମାନେ ମାନସ ମନ୍ଥନ ଆରମ୍ଭ ହୋଇଛି।

ଗତ ତିନି ମାସର ଅପରାଧକୁ କମିଶନରେଟ ପୁଲିସ ମୁଖ୍ୟଳୟରେ ସମୀକ୍ଷା କରିଥିଲେ ପୋଲିସ କମିଶନର। ବୈଠକରେ ଅତିରିକ୍ତ ପୋଲିସ କମିଶନର, ଦୈତନଗରରୀ ଦୁଇ ଡିସିପି ଓ ଟ୍ରାଫିକ ଡିସିପି ଉପସ୍ଥିତ ଥିଲେ । ')}

Leave a Reply