ଛାୟାରାଣୀଙ୍କୁ କଣ ପାଇଁ ପ୍ରଶଂସା କଲେ କ୍ରିକେଟର ଭିଭିଏସ ଲକ୍ଷ୍ମଣ ?

1 min read

ଭଦ୍ରକ: ଭଦ୍ରକର  ଛାୟାରାଣୀଙ୍କୁ ପ୍ରଶଂସା କଲେ କ୍ରିକେଟର ଭିଭିଏସ ଲକ୍ଷ୍ମଣ । କରୋନା ପାଇଁ ଲକଡାଉନ ଆଉ ଲକଡାଉନ ପାଇଁ ସବୁ ଅର୍ଥ ସରିଯାଇଛି । ଏଭଳି ପରିସ୍ଥିତି ନଜ ପେଟପାଟଣା ପାଇଁ ଏବେ ସମସ୍ତେ ଚିନ୍ତିତ । କେଉଁଠୁ ଆସିବ ଟଙ୍କା ଏବଂ କେମିତି ଚଳିବ ପରିବାର ଏନେଇ ଚିନ୍ତାରେ ଗରିବ ଶ୍ରେଣୀର ଲୋକ । ଏଭଳି ପରିସ୍ଥିତିରେ ଲୋକେ କିପରି ହଇରାଣ ହରକତ ନହେବେ ସେନେଇ ବିଭିନ୍ନ ପଦକ୍ଷେପ ନେଉଛନ୍ତି ସରକାର । କେବଳ ସେତିକି ନୁହେଁ କେତକ ସ୍ୱେଚ୍ଛାସେବୀମାନେ ମଧ୍ୟ ଆଗଉଛନ୍ତି । କିନ୍ତୁ ଏବେ ଜଣେ ମହିଳା କୃଷକଙ୍କ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ଭଦ୍ରକକର ଛାୟାରାଣୀ ସାହୁ ପେଶାରେ ଜଣେ କୃଷକ । କିନ୍ତୁ ଏବେ ତାଙ୍କ ନିଶା ପାଲଟିଛି ଲୋକଙ୍କୁ ସାହାଯ୍ୟ କରିବା । ନିଜ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଲକଡାଉନ୍ ଏବଂ ସଟଡାଉନରେ ସବୁ କାର୍ଯ୍ୟ ଠପ୍ ହୋଇଯାଇଛି ଲୋକେ ନାହିଁ ନଥିବା ହିନସ୍ତା ହେଉଛନ୍ତି । ତେଣୁ ସେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଅଣ୍ଟଭିଡ଼ିଛନ୍ତି । ନିଜର ଉତ୍ପାଦନ ପନିପରିବାକୁ ସେ ନିଜ ଅଞ୍ଚଳର ଆଖପାଖ ୧୫ଟି ଗାଁରେ ବାଣ୍ଟିଛନ୍ତି । ତାଙ୍କର ଏଭଳି ପଦକ୍ଷେପକୁ ନେଇ ପ୍ରଂସଶା କରିଛନ୍ତି କ୍ରିକେଟର ଭିଭିଏସ ଲକ୍ଷ୍ମଣ ।

Leave a Reply