ଅଷ୍ଟ୍ରେଲିଆରୁ ଫେରିଲେ ମହମ୍ମଦ ସିରାଜ, କବର ଯାଇ ବାପାଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

1 min read

ହାଇଦ୍ରାବାଦ: ଅଷ୍ଟ୍ରେଲିଆରେ ଐତିହାସିକ ବିଜୟ ପରେ ସ୍ୱଦେଶ ଫେରିଛନ୍ତି ଭାରତୀୟ କ୍ରିକେଟ୍ ଖେଳାଳି ମହମ୍ମଦ ସିରାଜ। ଗୁରୁବାର ଦିନ ହାଇଦ୍ରାବାଦରେ ପହଞ୍ଚିବା ପରେ ସେ ଏୟାରପୋର୍ଟରୁ ସିଧା ମହମ୍ମଦ ଗୋସଙ୍କ କବରକୁ ଯାଇଥିଲେ । ସେଠାରେ ପହଞ୍ଚି ସେ ପିତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ସୂଚନା ଅନୁଯାୟୀ, ଗତ ନଭେମ୍ବର ୨୦ ତାରିଖରେ ସିରାଜଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା । ଏହି ସମୟରେ ସିରାଜ ଅଷ୍ଟ୍ରେଲିଆ ଗସ୍ତରେ ଥିବା ବେଳେ କରୋନା କଟକଣା ଯୋଗୁଁ ବାପାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ପାରିନଥିଲେ ।

ସେ ସମୟରେ ସିରାଜ ଚାହିଁଥିଲେ ସ୍ୱଦେଶ ଫେରି ପାରିଥାନ୍ତେ ହେଲେ ସେ ଦଳ ସହିତ ରହିବା ପାଇଁ ନିଷ୍ପତ୍ତି ଦେଇଥିଲେ। ଏପରିକି ବିସିସିଆଇକୁ କହିଥିଲେ ଯେ, ‘‘ମୋ ବାପା ସବୁବେଳେ ମୋତେ ସର୍ପୋଯ୍ କରି ଆସିଛନ୍ତି । ଏହା ମୋ ପାଇଁ ଏକ ବଡ କ୍ଷତି । ତାଙ୍କ ସ୍ୱପ୍ନ ଥିଲା ମୁଁ ଭାରତ ପାଇଁ ଟେଷ୍ଟ ମ୍ୟାଚ୍ ଖେଳେ ଆଉ ଦେଶର ନା ଉଜ୍ୱଳ କରେ’’।

ଯଦିଓ ଏହି ଗସ୍ତରେ ସେ ଦମଦାର ପ୍ରଦର୍ଶନ କରିବା ସହ ନିଜ ନାମରେ କିଛି ବ୍ୟକ୍ତିଗତ ରେକର୍ଡ ମଧ୍ୟ ହାସଲ କରିଥିଲେ । ଯେତେବେଳେ ଅଷ୍ଟ୍ରେଲିଆକୁ ୨-୧ରେ ହରାଇ ଭାରତ ବର୍ଡର-ଗାଭାସ୍କର ଟ୍ରଫି ଜିତିଥିଲା, ସେତେବେଳେ ଭାବ ପ୍ରବଣ ହୋଇ ପଡିଥିଲେ  ତାଙ୍କ ପରିବାର ବର୍ଗ ।

ସିରାଜଙ୍କ ଭାଇ ଇସ୍ମାଇଲ୍ କହିଛନ୍ତି ଯେ, ‘‘ମୋ ବାପା ଟେଷ୍ଟ କ୍ରିକେଟର ବଡ ପ୍ରଶଂସକ । ସେ ସବୁବେଳେ ସିରାଜକୁ କହୁଥିଲେ କ୍ରିକେଟ୍ ମାନେ ହେଉଛି ଟେଷ୍ଟ ମ୍ୟାଚ୍ । ଆଉ ସିରାଜକୁ ଟେଷ୍ଟ ମ୍ୟାଚ୍ ପାଇଁ ପ୍ରବର୍ତ୍ତାଉଥିଲେ । ହେଲେ ସେ ଦିନିକିଆ କିମ୍ବା ଟି-୨୦ ମ୍ୟାଚର ଏତେଟା ଫ୍ୟାନ୍ ନଥିଲେ।

Leave a Reply