ଚୀନରେ ପୁଣି ମାଡ଼ୁଛି କରୋନା, ଘରେ ବନ୍ଦୀ ୯୦ ଲକ୍ଷ ଲୋକ

Covid Cases Surge In China, Lockdown In Changchun

ବେଜିଂ: ପୁଣି ମାଡୁଛି କରୋନା । କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପରେ ଚୀନ୍ ପୁଣି ଲକଡାଉନ୍ କଟକଣା ଜାରି କରିଛି । ଚୀନର ପୂର୍ବୋତ୍ତର ସହର ଚାଙ୍ଗଚୁନରେ ଲକଡାଉନ୍ ଲାଗୁ କରାଯାଇଛି । ସହରରେ ବସବାସ କରୁଥିବା ୯୦ ଲକ୍ଷ ଲୋକଙ୍କୁ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚାଙ୍ଗଚୁନର ପ୍ରତ୍ୟେକ ନାଗରିକଙ୍କର ୩ଟି ପର୍ଯ୍ୟାୟରେ କରୋନା ପରୀକ୍ଷା କରାଯାଉଛି ।

Covid Cases Surge In China, Lockdown In Changchun

ଏହାଛଡ଼ା ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ ସମସ୍ତ ସପ୍ ଓ ଗାଡ଼ିମୋଟର ଚଳାଚଳ ଉପରେ କଟକଣା ଲଗାଯାଇଛି । ଗତ ୨ ବର୍ଷ ମଧ୍ୟରେ କିଛି ସହରରେ ସର୍ବାଧିକ ଦୈନିକ ସଂକ୍ରମିତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଟକଣା କଡ଼ାକଡ଼ି କରାଯାଇଛି । ଚାଙ୍ଗଚୁନ ସହ ଜାଲିନ ସିଟିରେ ଲକଡାଉନ ଲାଗୁ କରାଯାଇଛି । ସେହିପରି ସାଂଘାଇ ସହରର ବିଭିନ୍ନ ସ୍କୁଲ ଓ ଅଫିସରେ ସମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସହରକୁ ସଟଡାଉନ ଘୋଷଣା କରାଯାଇଛି ।