spot_img

Latest Posts

ପିଲାଙ୍କ ପାଇଁ ଆସୁଛି କୋଭାକ୍ସିନ, ଖୁବଶୀଘ୍ର WHOର ସ୍ୱୀକୃତି

ନୂଆଦିଲ୍ଲୀ: କୋଭାକ୍ସିନକୁ ଖୁବଶୀଘ୍ର ମିଳିବ ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ସ୍ବୀକୃତି । ଏ ନେଇ ସୂଚନା ଦେଇଛନ୍ତି  ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲ । ଭାରତରେ ଏବେସୁଦ୍ଧା 6 କୋଟି ଲୋକଙ୍କୁ covaxinର ଦୁଇଟି ଡୋଜ ଟିକା ଦିଆସରିଛି। ଦେଶର ସମୁଦାୟ ଜନସଂଖ୍ୟାର 73 ପ୍ରତିଶତ ଲୋକଙ୍କୁ କୋଭିଡର ପ୍ରଥମ ଡୋଜ ଟିକା ଦିଆସାରିଛି। ଖୁବ ଶୀଘ୍ର 100 କୋଟି ଲୋକଙ୍କୁ ଟିକା ଦିଆଯିବ।

କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ବୀକୃତି ନେଇ ଭାରତ ବାୟୋଟେକ ପକ୍ଷରୁ ସମସ୍ତ ବୈଷୟିକ ପ୍ରମାଣପତ୍ର ଦିଆସାରିଛି। ଏହା କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଷୟିକ କମିଟି ଏ ନେଇ ଅନୁଧ୍ୟାନ କରୁଛନ୍ତି । ଅଳ୍ପଦିନ ଭିତରେ covaxinକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ବୀକୃତି ମିଳିବ ବୋଲି ବୈଦେଶିକ ସଚିବ କହିଛନ୍ତି ।

ତେବେ କୋଭାକ୍ସିନକୁ ସ୍ୱିକୃତି ମିଳିବା ଭାରତ ପାଇଁ ଖୁସି ଖବର  । କେବଳ ଯୁବକ ଏବଂ ବୟସ୍କଙ୍କ ପାଇଁ କୋଭିଡ ଟିକା ବ୍ୟବହାର ହେଉଥିବା ବେଳେ ନାବାଳକ ଏବଂ ଶିଶୁଙ୍କ ପାଇଁ ଭ୍ୟାକ୍ସିନ ଉପଲବ୍ଧ ନଥିଲା  । ତେବେ ଅନୁମତି ମିଳିବା ପରେ ୨ ବର୍ଷରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲା ଏହି ଭ୍ୟାକ୍ସିନ ନେଇପାରିବେ  । ଶିଶୁଙ୍କ ଦେହରେ ମଧ୍ୟ ଆଣ୍ଟିବଡ଼ି ବୃଦ୍ଧି ପାଇବ  ଯଦ୍ୱାରା ତୃତୀୟ ଲହରରେ ଶିଶୁ ସଂକ୍ରମିତ ହେବାରୁ ବର୍ତ୍ତିବା ନେଇ ମଧ୍ୟ ଆଶା ପ୍ରକଟ କରିଛନ୍ତି ଚିକିତ୍ସକ  ।

Latest Posts

Don't Miss