ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ଯବହାର ଓ ମାଡ଼ମରା ମାମଲା, ୨୪ରେ ଶୁଣାଣି

କଟକ: ପୋଲିସ ଅଧିକାରୀଙ୍କୁ ଦୁର୍ବ୍ଯବହାର ଓ ମାଡ଼ମରା ମାମଲା । ବିଜେପି ନେତା ଭର୍ତ୍ତୃହରି ମହତାବଙ୍କ ବିରୋଧରେ ବିଚାରାଧୀନ ମାମଲାର ଶୁଣାଣି ହୋଇଛି । କଟକ ଜେଏମଏଫସି ଅଦାଲତରେ କରାଯାଇଛି ଶୁଣାଣି । ଏତଲାକାରୀ ପୋଲିସ ଅଧିକାରୀ ଅମିତାଭ ମହାପାତ୍ରଙ୍କୁ ଜେରା କରିଛନ୍ତି ପ୍ରତିପକ୍ଷ ଓକିଲ । ତେବେ ଜେରା ଅସମ୍ପୂର୍ଣ୍ଣ ରହିଥିବାରୁ ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।

୨୦୧୧ ମସିହା ଜାନୁଆରୀ ୨୩ ତାରିଖରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଆୟୋଜିତ ନେତାଜୀ ଜୟନ୍ତୀ ଉତ୍ସବରେ ଏହି ଘଟଣା ଘଟିଥିଲା । ଭିଡ଼ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ ତତ୍କାଳୀନ ପୋଲିସ୍ ଏସଆଇ ତଥା ବର୍ତ୍ତମାନର ଏସିପି ଅମିତାଭ ମହାପାତ୍ର ଓ ଭର୍ତ୍ତୃହରି ମହାତାବଙ୍କ ମଧ୍ୟରେ ବିବାଦ ଲାଗିଥିଲା । ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରି ଦୁର୍ବ୍ଯବହାର ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।

ଏନେଇ ଦରଘା ବଜାର ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରି ତଦନ୍ତ କରିଥିଲା ପୋଲିସ । ୨୦୧୮ ମାର୍ଚ୍ଚ ୧୯ ତାରିଖରେ ଭର୍ତ୍ତୃହରିଙ୍କ ବିରୋଧରେ ପୋଲିସ ଚାର୍ଜସିଟ ଦାଖଲ କରିଥିଲା । କିଛି ଦିନ ତଳେ ମାମଲାରେ ଚାର୍ଜଫ୍ରେମ ହୋଇଥିଲା। ଜେରା ଅସମ୍ପୂର୍ଣ୍ଣ ଥିବାରୁ ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।