ବୈଷୟିକ କୌଶଳ ରୋକିବ ଦୁର୍ନୀତି

ଭୁବନେଶ୍ବର: ସୁସ୍ଥ ସମାଜ ଗଠନରେ ଦୁର୍ନୀତି ସବୁଠାରୁ ବଡ଼ ବାଧକ । ବିକାଶରେ ପ୍ରତିବନ୍ଧକ ଆଣେ ଦୁର୍ନୀତି । ଏହା ମହାମାରୀ କରୋନାଠାରୁ ମଧ୍ୟ ଭୟଙ୍କର । ଏହାର ପ୍ରଭାବ ଆମ ସମସ୍ତଙ୍କ ଉପରେ ପଡ଼େ । ତେଣୁ ଦୁର୍ନୀତି ରୋକିବାରେ ସମସ୍ତେ ସହେଯାଗ କରିବା ଜରୁରୀ । ଏମିତି ଅପିଲ କରିଛନ୍ତି ଭିଜିଲାନସ ନିର୍ଦ୍ଦେଶକ ଯଶଓ୍ବନ୍ତ ଜେଠଓ୍ବା । ନାଲକୋ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଅତିଥି ଭାବେ ଯୋଗଦେଇ ଶ୍ରୀ ଜେଠଓ୍ବା କହିଛନ୍ତି ଦୁର୍ନୀତି ନିବାରଣରେ ବୈଷୟିକ ଜ୍ଞାନକୌଶଳର ବଡ଼ ଭୂମିକା ରହିଛି । ଏହାର ଅଧିକ ବ୍ୟବହାର ଦୁର୍ନୀତିକୁ ଅନେକାଂଶରେ ନିବାରଣ କରିପାରିବ ।
ଶ୍ରୀ ଜେଠଓ୍ବା କହିଲେ ନାଲକୋ ଭଳି ସଂସ୍ଥା ଦୁର୍ନୀତି ନିବାରଣ ପାଇଁ ଆଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କିଭଳି ଅଧିକ ହେବ ସେଥିପ୍ରତି ଫୋକସ କରିବା ଜରୁରୀ । ଭିଜିଲାନ୍ସ ବିଭାଗକୁ ସମସ୍ତଙ୍କ ସହଯୋଗ ମଧ୍ୟ ସେ କାମନା କରିଥିଲେ ।