କେବଳ ଟୀକା ପ୍ରସ୍ତୁତି କରି କରୋନାକୁ ହରାଇ ହେବ ନାହିଁ

1 min read

ନୂଆଦିଲ୍ଲୀ: କରୋନା ଭାଇରସ୍ କବଳରେ ବିଶ୍ୱ । ଦିନକୁ ଦିନ ଏହା ଅତି ସାଂଘାତିକ ହେବାକୁ ଲାଗିଛି । ଏହାକୁ ମୂଳପୋଛ କରିବାକୁ ବିଭିନ୍ନ ବୈଜ୍ଞାନିକ ମାନେ ଭିନ୍ନ ପ୍ରକାର ଟୀକା ମଧ୍ୟ ପ୍ରସ୍ତୁତ କରିଛନ୍ତି  । କିନ୍ତୁ କରୋନାକୁ ମୂଳପୋଛ କରିବା ଏତେଟା ସହଜ ନୁହେଁ । କାରଣ କେବଳ ଟୀକା ଦ୍ୱାରା ହିଁ କରୋନାକୁ ହରାଇ ହେବ ତାହାର କୌଣସି ପ୍ରମାଣ ନାହିଁ ।  ଟୀକା ଦ୍ୱାରା ହିଁ କରୋନାକୁ ଦୂରେଇ ହେବ କି ନାହିଁ ଆସନ୍ତୁ ଜାଣିବା  ।

ଟୀକା ପ୍ରସ୍ତୁତ ହେବା ପରେ କଣ ରହିବ ସ୍ଥିତି ?

ଏହାକୁ ଜାଣିବାକୁ ହେଲେ ଭେଣ୍ଟିଲିଟର ଆକଳନକୁ ଜାଣିବା ଦରକାର । କିଛି ମାସ ତଳେ ଏକ ଗଣମାଧ୍ୟମ ଅନୁସାରେ,ଆଫ୍ରିକୀୟ ମହାଦେଶର ୪୧ଦେଶର ମାତ୍ର ୨ହଜାର ଭେଣ୍ଟିଲେଟେର ରହିଛି । ଆଫ୍ରିକାର ୧୦ଟି ଦେଶ ଏମିତି ଅଛି ଯେଉଁଠି କୌଣସି ବି ହସ୍ପିଟାଲରେ ଗୋଟିଏ ବି ଭେଣ୍ଟିଲେଟର ନାହିଁ । କିନ୍ତୁ ଅନ୍ୟପଟେ ଆମେରିକାରେ ୧ଲକ୍ଷ ୭୦ହଜାର ଭେଣ୍ଟିଲେଟର ରହିଛି । ଏବେ ଟୀକାକୁ ନେଇ ବିଶେଷଜ୍ଞମାନେ ଚିନ୍ତା ଦର୍ଶାଇଛନ୍ତି ଯେ,  ଭେଣ୍ଟିଲେଟର ଭଳି ଗରୀବ ଦେଶ ଗୁଡ଼ିକ ଟୀକା ରୁ  ବି ବଞ୍ଚିତ ନ ହୁଅନ୍ତୁ ।

ୱାସିଂଟନରୁ ମିଳିଥିବା ସୂଚନା ଅନୁସାରେ ଯଦି କରୋନା ଏହିଭଳି ତାଣ୍ଡବ ସୃଷ୍ଟି କରେ ତେବେ ପର୍ଯ୍ୟାପ୍ତ ସଂଖ୍ୟାର ଟୀକା ପ୍ରସ୍ତୁତ ହୋଇପାରିବ ନାହିଁ । ଆମେରିକାରର ଏକ କମ୍ପାନୀ ଲକ୍ଷ ଲକ୍ଷ ଟୀକା ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛି । କିନ୍ତୁ କେଉଁ ଦେଶକୁ ପ୍ରଥମେ ଟୀକା ମିଳିବା ତାହାକୁନେଇ ଅନ୍ତରାଷ୍ଟ୍ରୀୟ ସ୍ତରରେ ଚିନ୍ତା ଦେଖିବାକୁ ମିଳିଛି । ମେଡ଼ିକାଲରେ ବୈଜ୍ଞାନିକମାନଙ୍କ ଅନୁସାରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଏବଂ ଭାଇରସର ସଂକ୍ରମଣ କମାଇବା ପାଇଁ ଦୁନିଆରେ ୫.୬ବିଲିୟନ ଲୋକଙ୍କୁ ଟୀକାର ଆବଶ୍ୟକତା ପଡ଼ିପାରେ ।

ଅନେକ ଦେଶ ଏହି ଟୀକା ଉପରେ ଏକ ଜାତୀୟତାବାଦୀ ଆଭିମୁଖ୍ୟ ଗ୍ରହଣ କରିପାରନ୍ତି ଯେଉଁଥିରେ ସେମାନେ ପ୍ରଥମେ ନିଜ ଜନସଂଖ୍ୟାକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରିବେ, ଯଦିଓ ଅନ୍ୟ ସ୍ଥାନରେ ଟୀକାକରଣର ଅଧିକ ଆବଶ୍ୟକତା ଥାଏ । କିନ୍ତୁ ଗରିବ ଦେଶଗୁଡିକ ଟୀକା ଖର୍ଚ୍ଚ ବହନ କରିବା କଷ୍ଟକର ହୋଇପାରେ ।

ଆମେରିକା , ଚୀନ୍ ଏବଂ ୟୁରୋପରେ ଭିନ୍ନ ଭିନ୍ନ ଟୀକା ପ୍ରସ୍ତୁତ କରିବାକୁ କାର୍ଯ୍ୟ କରୁଛନ୍ତି । ଆଉ ଏକ ପ୍ରଶ୍ନ ଏହା ବି ହୋଇପାରେ ଯଦି ଆମେରିକାରେ ପ୍ରସ୍ତୁତ ଟୀକା ୟୁରୋପ ଏବଂ ଚୀନରେ ତିଆରି ହେଉଥିବା ଟୀକା ତୁଳନାରେ କମ୍ ପ୍ରଭାବ ପକାଏ ତେବେ ଆମେରିକାରେ ମଧ୍ୟ ଟୀକାର ଅଭାବ ଦେଖା ଦେବ ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଅନ୍ୟ ଏକ ପରିସ୍ଥିତିକୁ ମଧ୍ୟ ସୂଚାଇ ଦେଇଛନ୍ତି ଯେ ଯଦି ଟୀକା ଉତ୍ପାଦନ କରୁଥିବା କମ୍ପାନୀଗୁଡିକ ଟୀକା ବିକ୍ରୟ ମୂଲ୍ୟ ଅଧିକ ରଖନ୍ତି ତେବେ ଧନୀ ଦେଶମାନେ ଅଧିକ ଟୀକା ପାଇବେ। କିନ୍ତୁ ଯେଉଁ ଦେଶରେ କମ୍ପାନୀଗୁଡିକ ଏହି ଟୀକା ପ୍ରସ୍ତୁତ କରୁଛନ୍ତି, ସେଠାରେ ଥିବା ଲୋକମାନଙ୍କର ଟୀକା ଅଭାବ ରହିବ।

ବିକଶିତ ଦେଶକୁ ଟୀକା ବିକଶିତ କରିବାରେ ସାହାଯ୍ୟ କରୁଥିବା ସଂସ୍ଥା ‘ଗାବି’ର ସିଇଓ ସେଥ୍ ବର୍କଲି କହିଛନ୍ତି ଯେ ଦେଶମାନେ କେବଳ ନିଜ ବିଷୟରେ ଚିନ୍ତା କଲେ ଏହି ମଡେଲ୍ ପ୍ରଭାବଶାଳୀ ହେବ ନାହିଁ । କାରଣ ଯେପର୍ଯ୍ୟନ୍ତ ଦେଶଗୁଡିକ ସେମାନଙ୍କର ସମସ୍ତ ସୀମା ବନ୍ଦ କରନ୍ତି, ସେତେବେଳ ପର୍ଯ୍ୟନ୍ତ ସଂକ୍ରମଣ ବିସ୍ତାର ହେବାର ଆଶଙ୍କା ରହିବ । ସେ କହିଛନ୍ତି ଯେ ଏହା ଏକ ବିଶ୍ୱସ୍ତରୀୟ ସମସ୍ୟା ଏବଂ ତେଣୁ ଏହାପାଇଁ ବିଶ୍ୱସ୍ତରୀୟ ସମାଧାନ ଖୋଜିବା ଉଚିତ ।

Corona
Corona

କିଛି ମାମଲାରେ ଲୋକଙ୍କୁ ଟୀକାର ୨ଟି ଡୋଜରେ ଦେବାକୁ ପଡ଼ିଥାଏ । ଏମିତି ପରିସ୍ଥିତିରେ ଟୀକାର ଅଭାବ ଅଧିକ ପରିମାଣରେ ଦେଖାଦେବ । ଅନ୍ୟପଟେ ଟୀକାର ପରୀକ୍ଷଣ ସହ ଯେଉଁ କମ୍ପାନୀ ଟୀକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଯଦି ଟୀକା ଅଧିକ ପରିମାଣରେ ସେଠାରେ ନ ପହଞ୍ଚେ ତେବେ ତାଙ୍କର ଏହି ଉତ୍ପାଦନର କୌଣସି ମୁଲ୍ୟ ରହିବା ନାହିଁ ।

ଆପଣଙ୍କୁ କହି ରଖୁଛୁ ଯେ, ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟି ମଧ୍ୟ କରୋନା ଟୀକା ପାଇଁ ପରୀକ୍ଷଣ ଆରମ୍ଭ କରିଦେଇଛି  । ଟୀକା ପ୍ରସ୍ତୁତକାରୀ ତଥା ପ୍ରଫେସର ଏଣ୍ଡ୍ରିୟନ ହିଲଙ୍କ କହିବା ଅନୁସାରେ ସେପ୍ଟେମ୍ବର ଭିତରେ ବିଶ୍ୱରେ ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଟୀକା ଆସିପାରିବ । ଏହାସହ ଏହି ଟୀକା ଭାରତରେ ମଧ୍ୟ ମିଳିପାରିବ ।

Leave a Reply