spot_img

Latest Posts

ବଢ଼ୁଛି ସଂକ୍ରମଣ, ବଢ଼ୁଛି ଚିନ୍ତା; ୨୪ ଘଣ୍ଟାରେ ୪୦ ହଜାର ପାର୍ କଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ପୁଣି ବେକାବୁ ହେଉଛି କରୋନା। ଦିନକୁ ଦିନ କରୋନା ଗ୍ରାଫ୍ ପୁଣି ଥରେ ଉପରମୁହାଁ ହେଉଥିବାବେଳେ ବିଭିନ୍ନ ରାଜ୍ୟରେ ଗତବର୍ଷର ରେକର୍ଡ଼ ଭାଙ୍ଗୁଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦେଶରେ ଆଉ ୪୦ ହଜାର ୭୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଗୋଟିଏ ଦିଗରେ ୧୯୯ଜଣଙ୍କ ଜୀବନ ଯାଇଛି।

ସଂକ୍ରମଣ ହାର ବଢୁଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଚିନ୍ତା ବଢ଼ିଛି । ଗୁଜୁରାଟରେ ଗତ ୨୪ ଘଣ୍ଟାର ସଂକ୍ରମଣ ପୂର୍ବର ସବୁ ରେକର୍ଡ଼ ଭାଙ୍ଗିଛି । ସେହିପରି ପଞ୍ଜାବରେ ଗୋଟିଏ ଦିନରେ ୨ହଜାର ୨୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ବିଭିନ୍ନ ରାଜ୍ୟରେ କଡ଼ା କଟକଣା ଜାରି କରାଯାଇଛି। ମହାରାଷ୍ଟ୍ର, ପଞ୍ଜାବ, ଗୁଜୁରାଟ ସମେତ କେତେକ ରାଜ୍ୟରେ ପୁଣି ଲକଡାଉନ ଓ ନାଇଟ କର୍ଫ୍ୟୁ ଭଳି କଟକଣା ଲଗାଯାଇଛି।

ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ହୋଲି ଓ ମେଲଣ ଉତ୍ସବ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଘରେ ଘରେ ହୋଲି ଉତ୍ସବ ପାଳନ କରିବାକୁ ପଞ୍ଜାବ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ସେପଟେ ୟୁପିରେ କରୋନାକୁ କାବୁ କରିବା ପାଇଁ ଆସନ୍ତା ୩୧ ତାରିଖ ଯାଏ ସ୍କୁଲ ବନ୍ଦ ରିଦିଆଯାଇଛି। ବନାରସ ହିନ୍ଦୁ ୟୁନିଭରସିଟିରେ ବି ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଅଫଲାଇନ କ୍ଲାସ ବନ୍ଦ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏହାଛଡ଼ା ପିଲାମାନଙ୍କୁ ହଷ୍ଟେଲ ଖାଲି କରିବାକୁ କୁହାଯାଇଛି।

Latest Posts

Don't Miss