ଲକଡାଉନ୍ ୩: ଘରକୁ ଫେରୁଥିବା ଶ୍ରମିକଙ୍କ ରେଳଭଡା କିଏ ଦେବ ? ଜାଣନ୍ତୁ ରେଳବାଇର ଉତ୍ତର କଣ

ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ଦେଶରେ ଲକଡାଉନର ଅବଧି ମଧ୍ୟ ବଢିବାରେ ଲାଗିଛି । ମେ ୩ରେ ସରିବାକୁ ଥିବା ଲକଡାଉନର ଅବଧି ଏବେ ମେ ୧୭ରେ ସରିବାକୁ ଯାଉଛି । ଏହି ମଧ୍ୟରେ ଭାରତ ସରକାର ଗତ ଶୁକ୍ରବାରଠୁ ଦେଶର ବିଭିନ୍ନ ଅଞ୍ଚଳରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ଛାତ୍ର ଏବଂ ପର୍ଯ୍ୟଟକଙ୍କ ପାଇଁ ବିଶେଷ ଟ୍ରେନ ଚଳାଚଳାର ଅନୁମତି ଦେଇଛନ୍ତି । ଦେଶର କିଛି ନିଶ୍ଚିତ କରାଯାଇଥିବା ରୁଟ୍ ଦେଇ ଟ୍ରେନ ଚଳାଚଳ କରାଯାଇଛି ।

 ଟ୍ରେନରେ ଯାତ୍ରା କରିବାକୁ କାହାକୁ ମଧ୍ୟ ଟିକଟ୍ କାଟିବାର ଆବଶ୍ୟକ ପଡ଼ୁନାହଁ । ଅର୍ଥାତ୍ ଫସି ରହିଥିବା ଲୋକଙ୍କଠାରୁ ଟିକେଟ ପାଇଁ ଟଙ୍କା ନିଆଯାଉନାହିଁ । ଏହା ବ୍ୟତୀତ ଟ୍ରେନରେ ଖାଇବା ପିଇବାର ସୁବିଧା ବିନା ଶୁଳ୍କରେ ଦିଆଯାଉଛି । ଏନେଇ ଏବେ ପ୍ରଶ୍ନ ଉଠୁଛି ଯେ, ରେଲୱେର ଖର୍ଚ୍ଚ ହେଉଥିବା ଟଙ୍କା କିଏ ଦେବ ? ଏହାର ଉତ୍ତରରେ ରେଲୱେ କହିଛି ଯେ, ଯାତ୍ରାର ଭଡ଼ା ରାଜ୍ୟ ସରକାର ବହନ କରିବେ ।

ରେଲୱେ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଯାତ୍ରା ପାଇ ସ୍ଲିପର ସିଟ୍  ଟିକେଟର ମୁଲ୍ୟ, ୩୦ ଟଙ୍କାର ସୁପରଫାଷ୍ଟ୍ ଶୁଳ୍କ ଏବଂ ପ୍ରତି ଯାତ୍ରୀଙ୍କ ଖାଇବା ବ୍ୟତୀତ ପାଣି ପାଇଁ ୨୦ ଟଙ୍କା ନିଆଯିବ । ଯାହାକୁ ରାଜ୍ୟ ସରାକାର ବହନ କରିବେ ।

ରେଲୱେ ସ୍ପଷ୍ଟ ରୂପେ କହିଛି ଯେ, ୧୦୦୦ରୁ ୧୨ଶହ ଯାତ୍ରୀଙ୍କୁ ହିଁ ଟ୍ରେନରେ ଯାତ୍ରା କରିବାର ଅନୁମତି ଅଛି । ଏବଂ ରେଲୱେ ତରଫରୁ ଟ୍ରେନରେ ସାମାଜିରକ ଦୂରତା ଏବଂ ସାନିଟାଇଜିଂର ପୂର ଧ୍ୟାନ ଦିଆଯିବ । ଯଦିଓ ରାଜ୍ୟସରକାର ନିଷ୍ପତ୍ତି ନେବେ କେଉଁ ଲୋକ ଟ୍ରେନରେ ଯାତ୍ରା କରିପାରିବେ । ଆପଣଙ୍କୁ କହି ରଖୁଛୁ ଯେ, ୨୫ ମାର୍ଚ୍ଚରୁ ଲକଡାଉନ୍ ଲାଗୁହେବା ପରେ ହଜାରେ ପ୍ରବାସୀ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ଘରକୁ ଫେରିବାକୁ କୌଣସି ସୁବିଧା ନଥିବାରୁ ଲୋକମାନେ ଚାଲିଚାଲି ଘରକୁ ଫେରିବାକୁ ବାଧ୍ୟ ହୋଇଥିଲେ ।

Leave a Reply