ଦେଶରେ ଗତ ୨୪ ଘଣ୍ଟାରେ ୩ଲକ୍ଷ ୮୨ହଜାର ୩୧୫ ନୂଆ ସଂକ୍ରମିତ ଚିହ୍ନଟ, ୩୭୮୦ ରୋଗୀଙ୍କର ମୃତ୍ୟୁ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ସାରା ଦେଶରେ ତାର କାୟା ବିସ୍ତାର କରିଛି । ପ୍ରତିଟି ମୁହୂର୍ତ୍ତରେ ଚାଲିଯାଉଛି ମୁ୍ଲ୍ୟବାନ ଜୀବନ। ଏପ୍ରିଲର କରୋନା ଏମିତି ରୂପ ବଦଳାଇବା କେହି କେବେ ବିଶ୍ୱାସ କରିନଥିଲେ। କାରଣ ମଶାଣି ଆଜି ଶବ ମାନଙ୍କର ଗହଳିରେ ରୁନ୍ଧି ହୋଇଛି ଆଉ ମଣିଷ ସଜଡ଼ା କାରଖାନା ବିଫଳ ହୋଇଛି। ଦେଶରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର କେଉଁଭଳି ଭାବରେ ଭୁସୁଡ଼ି ପଡ଼େ ତାହା କରୋନା ଆମକୁ ଦେଖାଇଛି। କେଉଁଠି ଅକ୍ସିଜେନର ଅଭାବ ତ ପୁଣି କେଉଁଠି ଚିକିତ୍ସା ପାଇଁ ସଜ୍ୟା ନାହିଁ ।

ସାରା ଦେଶରେ ଜାରି ରହିଛି କରୋନା କହର। ଦେଶରେ କରୋନା ସଂକ୍ରମଣ କମିବାର ନାଁ ନେଉନି। ଦିନକରେ ୩ଲକ୍ଷ ଉପରେ ରହୁଛି ସଂକ୍ରମିତଙ୍କ ସଂଖ୍ୟା ୨୪ ଘଣ୍ଟାରେ ଦେଶରେ ୩ଲକ୍ଷ ୮୨ହଜାର ୩୧୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଲେ ୩ହଜାର ୭୮୦ଆକ୍ରାନ୍ତଙ୍କ ଜୀବନ ନେଇଛି କିଲର କରୋନା । ଦିନକରେ ୩ଲକ୍ଷ ୩୮ହଜାର ୪୩୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୬ଲକ୍ଷ ୬୫ହଜାର ୧୪୮ ଥିବା ବେଳେ ମୋଟ୍ ସୁସ୍ଥ ସଂଖ୍ୟା କୋଟିଏ ୬୯ଲକ୍ଷ ୫୧ହଜାର ୭୩୧ ରହିଛି । ମୋଟ୍ ମୃତ୍ୟୁସଂଖ୍ୟା ୨ଲକ୍ଷ ୨୬ହଜାର ୧୮୮ ଥିବା ବେଲେ ଆକ୍ଟିଭ କେସ୍ ରହିଛି ୩୪ଲକ୍ଷ ୮୭ହଜାର ୨୨୯ ।

ଭାଇରସ ଭୟ ଏତେ ମାତ୍ରାରେ ରହିଛି ଯେ, ଦେଶର ପ୍ରାୟତଃ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନ ଜାରି ରହିଛି । ଦ୍ୱିତୀୟ ଲହରରେ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ର, ଦିଲ୍ଲୀ, ଛତିଶଗଡ, ମଧ୍ୟ ପ୍ରଦେଶ ଓ ଗୁଜରାଟରୁ ସଂକ୍ରମିତ ସଂଖ୍ୟା କମୁଥିବା ସରକାର କହୁଥିବାବେଳେ ଉତ୍ତର ପ୍ରଦେଶ, କର୍ଣ୍ଣାଟକ, କେରଳରେ କରୋନା ମାଡିଚାଲିଛି। ଅଧିକ ମାତ୍ରାରେ ସଂକ୍ରମିତ ଚିହ୍ନଟ ହେଉଥିବାରୁ ଅନେକ ହସ୍ପିଟାଲରେ ବେଡ୍ ଓ ଅକ୍ସିଜେନର ସଙ୍କଟ ଦେଖାଦେଇଛି। ଯାହାଫଳରେ ରୋଗୀଙ୍କ ଅକ୍ସିଜେନ୍ ଅଭାବରୁ ଜୀବନ ଯାଉଥିବା ଦେଖିବାକୁ ମିଳିଛି ।

Leave a Reply