ଲକ୍‌ଡାଉନ୍‌ ୩.୦: ପରିସ୍ଥିତି ଅନୁଯାୟୀ ଦେଶରେ ବଦଳିବ ଜୋନ୍ ତାଲିକା…

1 min read

ନୂଆଦିଲ୍ଲୀ: ଦେଶରେ ଏବେ ତୃତୀୟ ପର୍ଯ୍ୟୟ ଲକ୍‌ଡାଉନ୍‌ ନେଇ ଘୋଷଣା କରାଯାଇଛି । ମେ’ ୩ ପରେ ଆଉ ୧୪ ଦିନ ପର୍ଯ୍ୟନ୍ତ ଦେଶରେ ଲକ୍‌ଡାଉନ୍‌ ବଳବତ୍ତର ରହିବ । ତେବେ ଓଡ଼ିଶାରେ ୩ଟି ଜିଲ୍ଲା ରେଡ୍‌ ଜୋନ୍‌ରେ ରହିଛି । ପୂର୍ବରୁ ଖୋର୍ଦ୍ଧା/ଭୁବନେଶ୍ୱର ରେଡ୍‌ ଜୋନ୍‌ରେ ରହିଥିବା ବେଳେ ତାହା ଏବେ ଅରେଞ୍ଜ ଜୋନ୍‌ରେ ରହିଛି । ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିନଥିବାରୁ ଏହାକୁ ରେଡ୍‌ ଜୋନ୍‌ରୁ ହଟାଯାଇଛି ।

ଗୃହମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ପରିସ୍ଥିତି ଅନୁଯାୟୀ ଜୋନ୍‌ ତାଲିକା ବଦଳିବ । ମହାରାଷ୍ଟ୍ର, ଦିଲ୍ଲୀ, ଗୁଜୁରାଟ, ମଧ୍ୟପ୍ରଦେଶ ଆଦି ରାଜ୍ୟରେ କରୋନା ସଂକ୍ରମଣ ଅଧିକ ରହିଛି । କେବଳ ମହାରାଷ୍ଟ୍ରରେ ୧୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଥିବା ରିପୋର୍ଟରୁ ଜଣାପଡ଼ିଥିବା ବେଳେ ୪୦୦ ରୁ ଅଧିକ ଜଣକ ମୃତ୍ୟୁ ହୋଇସାରିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିୟମ ଅନୁଯାୟୀ, ଯଦି ୨୧ ଦିନ ମଧ୍ୟରେ ଜିଲ୍ଲାରେ ନୂଆ ମାମଲା ଦେଖାନଯିବ ତେବେ ତାହା ଗ୍ରୀନ୍‌ ଜୋନ୍‌ରେ ସ୍ଥାନ ପାଇବ । ପୂର୍ବରୁ ଏହି ଅବଧି ୨୮ ଦିନ ପର୍ଯ୍ୟନ୍ତ ଥିଲା ।

କରୋନା ଭାଇରସ୍‌ ଜାଲରେ ଦେଶର ପ୍ରାୟ ସବୁ ଜିଲ୍ଲା ଏବେ ପଡ଼ିସାରିଛି । ଦେଶର ସବୁ ଭାଗରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ତାଲିକାରେ ୧୩୦ ଟି ଜିଲ୍ଲାକୁ ରେଡ୍ ଜୋନ୍, ୨୮୪ ଜିଲ୍ଲାକୁ ଅରେଞ୍ଜ ଜୋନ୍ ଏବଂ ୩୧୯ ଜିଲ୍ଲାକୁ ଗ୍ରୀନ୍ ଜୋନ୍‌ରେ ରଖାଯାଇଛି ।

କିଛି ମୁଖ୍ୟ ପ୍ରସଙ୍ଗ:-

ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଜୋନ୍‌ ତାଲିକା ବଦଳାଯିବ ।

ଗୋଟିଏ ସପ୍ତହର ରିପୋର୍ଟ ଅନୁଯାୟୀ ଏହି ତାଲିକା ବଦଳିବ ।

ରେଡ୍‌ ଜୋନ୍‌ରେ କୌଣସି କ୍ଷେତ୍ରରେ କୋହଳ କରାଯିବାର ଅନୁମତି ନାହିଁ ।

ଅରେଞ୍ଜ ଜୋନ୍‌ରେ ସ୍ଥାନୀୟ ପ୍ରଶାସନ ନିଜ ଇଚ୍ଛା ଅନୁସାରେ କୋହଳ କରିପାରେ ।

ସବୁଜ ଜୋନ୍‌ରେ ଲକଡାଉନ୍‌ର ସାମାନ୍ୟ ନିୟମ ଲାଗୁ ହେବ, ଅର୍ଥାତ୍ ଅତ୍ୟାବଶ୍ୟକୀୟ ଦୋକାନ ଗୁଡ଼ିକ ଖୋଲା ରହିବ । ତେବେ ଏଥିପାଇଁ ମଧ୍ୟ ସ୍ଥାନୀୟ ପ୍ରଶାସନ ସୂଚନା ଦେବ ।

ତେବେ ଆପଣଙ୍କ ଜିଲ୍ଲା କେଉଁ ଜୋନ୍‌ରେ ରହିଛି ଆସନ୍ତୁ ଜାଣିବା :-

Leave a Reply