ଆଗାମୀ ୧୮ରୁ ୨୪ ମାସ ପର୍ଯ୍ୟନ୍ତ ବିଶ୍ୱରେ ରହିବ କରୋନାର ପ୍ରଭାବ, ଜାଣନ୍ତୁ କାହିଁକି

1 min read

କରୋନାକୁ ନେଇ ସାରା ବିଶ୍ୱ ଭୟରେ ଥରହର ହେଉଛି । ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ବିଭିନ୍ନ ଦେଶ ଲକଡାଉନକୁ ଆପଣେଉଛନ୍ତି । ଯାହାଫଳରେ ସମସ୍ତେ ଏବେ ଘରେ ତାଲା ପଡ଼ି ଅଛନ୍ତି । ସାରା ବିଶ୍ୱରେ କରୋନା ଲକ୍ଷାଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ, ଲକ୍ଷଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବିଭିନ୍ନ ଦେଶ ଏଥିରୁ ମୁକୁଳିବା ପାଇଁ ଆଣ୍ଟିଭାଇରସ ତିଆରି କରିବାରେ ଲାଗିଛନ୍ତି । କିନ୍ତୁ ପ୍ରତ୍ୟକଥର ବିଫଳର ସ୍ୱାଦ ଚାଖିବାକୁ ପଡ଼ୁଛି ।

ଏଇ ଭିତରେ କରୋନାକୁ ନେଇ ବଡ ସୂଚନା ମିଳିଛି । ଦି ସେଣ୍ଟର ଫର ଇନଫେକ୍ସନ ଡିଜିଜ ଏବଂ ପଲିସି (ସିଆଇଡିଆର୍‌ଏପି)ର ଚେତାବନୀ । ଆଗାମି ୧୮ ରୁ ୨୪ ମାସ ପର୍ଯ୍ୟନ୍ତ କରୋନା ଭାଇରସ୍ ରୋଗର ପ୍ରଭାବ ସାରା ବିଶ୍ୱରେ ଲାଗିରହିବ । ପ୍ରାୟ ୭୦ ପ୍ରତିଶତ ଜନସଂଖ୍ୟାରେ ପ୍ରତିରୋଧକ ନହେବା ପର୍ଯ୍ୟନ୍ତ ଏହି ବିସ୍ତାର ଜାରି ରହିବ ବୋଲି ଦ ସେଣ୍ଟର ଫର ଇନଫେକ୍ସନ ଡିଜିଜ ଏକ ରିପୋର୍ଟରେ କୁହାଯାଇଛି ।

ସିଆଇଡିଆର୍‌ଏପି ର ରିପୋର୍ଟରେ ଦର୍ଶାଯାଇଛି ଯେ ଏକ ଲମ୍ବା ଇନକ୍ୟୁବେସନର ଅବଧି ଏବଂ ଅଧିକ ପ୍ରଜନନ ସଂଖ୍ୟା ହେତୁ କୋଭିଡ-19 ଫ୍ଲୁ ଅପେକ୍ଷା ଅଧିକ ସହଜରେ ଦେଶ ମଧ୍ୟରେ ବ୍ୟାପିଥାଏ । ଅଧିକ ପ୍ରଜନନ ହେବା ଦ୍ୱାରା କରୋନା ମହାମାରୀ ଶେଷ ହେବା ପୂର୍ବରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିବ ଏବଂ ଏହାକୁ ରୋକିବାକୁ ହେଲେ ରୋଗ ପ୍ରତିରୋଧକ ହେବା ଆବଶ୍ୟକ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ରିପୋର୍ଟରେ କୁହାଯାଇଛି ଯେ କୋଭିଡ-19 ମହାମାରୀ, ଯାହା ପ୍ରଥମେ ଡିସେମ୍ବର ୨୦୧୯ ରେ ଚାଇନାରେ ଉତ୍ପନ୍ନ ହୋଇଥିଲା । ୧୦୦ ବର୍ଷରୁ ଅଧିକ ସମୟ ମଧ୍ୟରେ ଏହା ଜନସ୍ୱାସ୍ଥ୍ୟର ସବୁଠାରୁ ଖରାପ ସଙ୍କଟ ପାଲଟିଛି । ଯଦି ଆମେ ଦେଖିବା ମାର୍ଚ୍ଚ ୧୧, ୨୦୨୦ ପର୍ଯ୍ୟନ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ଏହା ମହାମାରୀରେ ଘୋଷିତ ହୋଇନଥିଲା । ରିପୋର୍ଟରେ ଦର୍ଶାଯାଇଛି ଯେ ୧୭୦୦ ଦଶକ ଆରମ୍ଭରୁ ଅତି କମରେ ଆଠଟି ବିଶ୍ୱରେ ମହାମାରୀ ଆସିଛି । ସେଥିମଧ୍ୟରୁ ଚାରିଟି ୧୯୦୦ ଦଶକରେ- ୧୯୧୮-୧୯, ୧୯୫୭, ୧୯୬୮, ଏବଂ ୨୦୦୯-୧୦ ରେ ଆରମ୍ଭ ହୋଇଥିଲା ।

ମହାମାରୀର କରୋନା ଏକ ଟିକାର ଅଭାବ ପାଇଁ ବହୁ ମାତ୍ରାରେ ପ୍ରଭାବିତ ହେଉଛି । ଅବଶ୍ୟ, ୨୦୨୧ ମସିହାରେ ଅନ୍ତତଃ ପକ୍ଷେ କିଛି ଦିନ ପର୍ଯ୍ୟନ୍ତ ଟିକା ଉପଲବ୍ଧ ହେବ ନାହିଁ । ଏବଂ ଟିକା ବିକାଶ ସମୟରେ କେଉଁ ପ୍ରକାରର ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିବ ତାହା କହିହେବ ନାହିଁ ବୋଲି ସିଆଇଡିଆର୍‌ଏପି ଜଣାଇଛି ।

ତେବେ ଆଗକୁ ସରକାରୀ ଏଜେନ୍ସି ଏବଂ ସ୍ୱାସ୍ଥ୍ୟସେବା ବିତରଣ ସଂସ୍ଥା ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପର୍ଯ୍ୟାପ୍ତ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବା ଉଚିତ ବୋଲି କହିଛନ୍ତି । ସିଆଇଡିଆର୍‌ଏପି  ନିର୍ଦ୍ଦେଶ ଦେଇଛିଯେ ଅଧିକାରୀମାନେ ଠୋସ୍ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରନ୍ତୁ । ରିପୋର୍ଟରେ ଆହୁରି ମଧ୍ୟ କୁାଯାଇଛିକି ବିଭିନ୍ନ ଦେଶରେ ଏହା ନିର୍ଦ୍ଦେଶ ରହିବା ଉଚିତ ଯେ ଏହି ମହାମାରୀ ଏବେ କମିବ ନାହିଁ ଏବଂ ଆଗାମି ୨ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ସଚେତନ ରହିବାକୁ ପଡ଼ିବ ।

Leave a Reply