ଆମେରିକାର ଦାବି, ଚୀନର ଉହାନ ଲ୍ୟାବରୁ ବିଶ୍ୱରେ ବ୍ୟାପିଛି କରୋନା ଭାଇରସ୍‌

1 min read

ଓ୍ୱାଶିଂଟନ: କରୋନା ଭାଇରସ୍ ଦୁନିଆରେ ଥମିବାର ନାଁ ନେଉନି । କାୟା ବିସ୍ତାର କରିଚାଲିଛି କରୋନା ଭାଇରସ  । ଏଥିରେ ଯଦି କୌଣସି ଦେଶ ଏହି କରାେନା ଭୁତାଣୁ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି, ତେବେ ଏହା ହେଉଛି ଆମେରିକା । ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ରହିଛି ଏବଂ ପ୍ରାୟ ୬୧ ହଜାର ଲୋକଙ୍କର ମୃତ୍ୟୁ ଘଟିଛି । ଏକ ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ସାମ୍ବାଦିକ ମାନେ ଏକ ପ୍ରଶ୍ନ ପଚାରିଲେ । ଯେ ଆପଣଙ୍କ ପାଖରେ ଏମିତି କଛି ପ୍ରମାଣ ଅଛି କି ଯାହା ଏହା ପ୍ରମାଣିତ କରିପାରିବ କରୋନା ଭାଇରସ  ୱୁହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିରୁ ହିଁ ଆସିଛି । ସେ ଏହି ପ୍ରଶ୍ନର ଉତ୍ତରରେ ‘ହଁ ପ୍ରମାଣ ଅଛି ବୋଲି କହିଥିଲେ । ଯେତେବେଳେ ସାମ୍ବାଦିକମାନେ ତାଙ୍କୁ ପଚାରିଥିଲେ ଯେ ସେ ପ୍ରମାଣଟି କ’ଣ, ସେତେବେଳେ ଟ୍ରମ୍ପ, ‘ମୁଁ ତୁମକୁ କହି ପାରିବି ନାହିଁ’ ବୋଲି କହିଥିଲେ ।

ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୧୨୮କୁ ବୃଦ୍ଧି

ଉଲ୍ଲେଖନୀୟ ବିଷୟ ହେଉଛି, କରୋନାଭାଇରସ୍ ଅଭିଯୋଗ ପାଇଁ ଆମେରିକା କ୍ରମାଗତ ଭାବରେ ଚୀନ୍ ଉପରେ ଆକ୍ରମଣ କରୁଛି। ନିକଟରେ ଡୋନାଲ୍ଡ ଟ୍ରମ୍ପ କରୋନକୁ ଚଳିତ ବର୍ଷ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସହ ଯୋଡ଼ି କହିଛନ୍ତି ଯେ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ​​ଚୀନ୍ ତାଙ୍କୁ ପରାସ୍ତ କରିବା ପାଇଁ କିଛିବି କରିପାରେ । ସେ ଦାବି କରିଛନ୍ତି ଯେ ଚୀନ୍ କରୋନା ଭାଇରସ୍ ପରିସ୍ଥିତିରୁ ଯେଉଁଭଳି ଭାବରେ ମୁକୁଳିଛି ତାହାହିଁ ହେଉଛି ଏହାର ସବୁଠାରୁ ବଡ଼ ପ୍ରମାଣ । ଯେତେବେଳେ ସାରାବିଶ୍ୱ ଏଥିରେ ଯୁଝି ହେଉଛି ଏଭଳି ସମୟରେ ଚାଇନା କେମିଛି ମୁକୁଳିଲା ।

କରୋନା ସମ୍ବନ୍ଧରେ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠ କୁ ମଧ୍ୟ ଟାର୍ଗେଟ କରିଛନ୍ତି । WHO କୁ ଚୀନ୍ ହାତର ଗୋଟିଏ କାଠ କଣ୍ଡଇ ବୋଲି ବୋଲି କହିଛନ୍ତି ଟ୍ରମ୍ପ । ସେ କହିଛନ୍ତି ଯେ ଆମେରିକା ଖୁବ୍ ଶୀଘ୍ର WHO ବିରୋଧରେ କିଛି ସୁପାରିଶ ଆଣିବ ଏବଂ ତା’ପରେ ଚୀନ୍ ବିଷୟରେ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଟ୍ରମ୍ପ କହିଛନ୍ତି, ‘ ସେମାନେ ଆମକୁ ବିଭ୍ରାନ୍ତ କରିଛନ୍ତି । ଆମେ ଶୀଘ୍ର ଏକ ସୁପାରିଶ ଆଣିବୁ, କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ନେଇ ଆମେ ଖୁସି ନୁହଁ ବୋଲି ଟ୍ରମ୍ପ୍‌ କହିଛନ୍ତି ।

Leave a Reply