ଦିଲ୍ଲୀ କାପସହେଡ଼ାରେ କରୋନା ଆତଙ୍କ, ଗୋଟିଏ ବିଲଡିଂରୁ ୪୧ ଜଣ କରୋନା ପଡିଟିଭ

1 min read

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣର ଗତି କମିବାର ନାଁ ଧରୁନି । ଦିଲ୍ଲୀର କାପସହେଡ଼ାରେ ଗୋଟିଏ ବିଲଡିଂରୁ ୪୧ ଜଣ ବ୍ୟକ୍ତି କରୋନା ସଂକ୍ରମିକ ହୋଇଥିବା ଚିହ୍ନଟ ହୋଇଛନ୍ତି।  ସୂଚନା ମୁତାବକ, ଦିଲ୍ଲୀର କାପସହେଡ଼ା ର ଏକ ବିଲଡିଂରେ ଏପ୍ରିଲ ୧୮ ତାରିଖରେ ଜଣେ ବ୍ୟକ୍ତି କରୋନା ପଡିଟିଭ ଚିହ୍ନଟ ହୋଇଥିଲେ । ଜନଗହଳୀ ଅଞ୍ଚଳ ଦେଖି ପ୍ରଶାସନ ୧୯ ଅପ୍ରେଲରେ ଉକ୍ତ ଅଞ୍ଚଳକୁ ସିଲ କରିବାକୁ ଆଦେଶ ଦେଇଥିଲେ ।

ଏହାପରେ ୨୦ ଏପ୍ରିଲରେ ୯୫ ଏବଂ ୨୧ ଏପ୍ରିଲରେ ୮୦ ଜଣ ଲୋକଙ୍କ ସାମ୍ପେଲ କଲେକ୍ଟ କରାଯାଇଥିଲା ।  ଏହି ସାମ୍ପେଲ ଗୁଡ଼ିକ ନୋଏଡାର NIB ଲ୍ୟାବକୁ ପଠାଗଲା  । ସର୍ବମୋଟ ୧୭୫ ଲୋକଙ୍କ ସାମ୍ପେଲରୁ ୬୭ ଲୋକଙ୍କ ସାମ୍ପେଲ ରିପୋର୍ଟ ଆଜି ଆସିଛି । ଏଥିମଧ୍ୟରୁ ୪୧ ଜଣ ଲୋକ କରୋନା ପଜିଟିଭ ଚିହ୍ନୟ ହୋଇଛନ୍ତି । ନୋଏଡାର NIB ଲ୍ୟାବକୁ ଅଧିକ ନମୁନା ପଠାଯାଉଥିବାରୁ ପରୀକ୍ଷା ରିପୋର୍ଟରେ ବିଳମ୍ବରେ ଆସିଥିବା କୁହାଯାଉଛି । କିନ୍ତୁ ଦକ୍ଷିଣ ପଶ୍ଚିମ ଜିଲ୍ଲା ମାଜିଷ୍ଟ୍ରେଟ କାର୍ଯ୍ୟାଳୟ ଅନୁଯାୟୀ, ୨୫ ଏପ୍ରିଲ ପରେ ଦକ୍ଷିଣ ପଶ୍ଚିମ ଜିଲ୍ଲାର ନୋଏଡା ଲ୍ୟାବକୁ କୌଣସି ନମୁନା ପଠାଯାଇ ନାହିଁ।

ତେବେ ଲକଡାଉନର ତୃତୀୟ ପର୍ଯ୍ୟାୟରେ ଦେଶକୁ ତିନୋଟି ଜୋନ୍ ରେ ବିଭକ୍ତ କରାଯାଇଛି। ଜୋନ୍ ଅନୁଯାୟୀ ଲକଡାଉନରେ ମଧ୍ୟ ଆଶ୍ୱସ୍ଥି ଦିଆଯାଇଛି। ରାଜଧାନୀ ଦିଲ୍ଲୀକୁ ରେଡ୍ ଜୋନ୍ ରେ ରଖାଯାଇଛି। ତେଣୁ, ତୃତୀୟ ଲକଡାଉନ୍ ସମୟରେ (ମେ ୪ ରୁ ମେ ୧୭) କୌ ଣସି ଅଞ୍ଚଳରେ ଆରାମ ମିଳିବ ନାହିଁ | କାରଣ ଅଞ୍ଚଳଗୁଡିକ ଜିଲ୍ଲା ଆଧାରରେ ବିଭକ୍ତ | ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଦିଲ୍ଲୀ ସରକାର କହିଛନ୍ତି ଯେ ଦିଲ୍ଲୀର ସମସ୍ତ ଜିଲ୍ଲା ମେ ୧୭ ପର୍ଯ୍ୟନ୍ତ ରେଡ୍ ଜୋନ୍ ରେ ରହିବେ । ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ଆସନ୍ତା ଦୁଇ ସପ୍ତାହ ଧରି ଏହି ସବୁ କ୍ଷେତ୍ରରେ କୌଣସି ପ୍ରକାର ଆରାମ ନକରିବାକୁ ଚିନ୍ତା କରାଯାଇଛି।

 

Leave a Reply