ଭାରତରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା…ଗୋଟିଏ ଦିନରେ ଇଟାଲୀରେ ୭ ଶହ ଓ ସ୍ପେନରେ ୬ ଶହ ନୂଆ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ସମଗ୍ର ବିଶ୍ବ ଏବେ କରୋନା କବଳରେ । ଦିନକୁ ଦିନ ଆହୁରି ସ୍ଥିତି ସାଂଘାତିକ ହେଉଛି । ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।ସବୁଠି କରୋନା ପାଇଁ ହାହାକାର ଛାଇଯାଇଛି । ଗତ ୩ ଦିନ ଭିତରେ ଭାରତରେ ୭ ଶହରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଦୁଇ ହଜାର ପାଖାପାଖି ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୯୮୦ ସଂଖ୍ୟା ରହିଛି । ତେବେ ଭାରତରେ ଗତ ଚାରି ଦିନ ମଧ୍ୟରେ ହଠାତ୍ କରୋନା ମାମଲା ବଢିଛି ।

ଏବେ ସୁଦ୍ଧା ୫୮ ଜଣଙ୍କର ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶରେ ଗୋଟିଏ ଦିନରେ ୬୮ଟି ନୂଆ କେସ ଚିହ୍ନଟ ହୋଇଛି । ମହାରାଷ୍ଟ୍ର , କେରଳ, ରାଜସ୍ଥାନରେ ପ୍ରତ୍ୟେକ ଦିନ ୩୦ରୁ ଅଧିକ ନୂଆ କେସ୍‌ ସାମ୍ନାକୁ ଆସୁଛି । କରୋନା ଯୋଗୁଁ ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି ।  ଉତ୍ତରପ୍ରଦେଶ ଓ ଦିଲ୍ଲୀରେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ରାଜସ୍ଥାନରେ ଗୋଟିଏ ଦିନରେ ୩୦ଟି ମାମଲା ନଜରକୁ ଆସିଛି । ସେପଟେ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଛି । ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଛି । ଗତ ୨୪ ଘଣ୍ଟାରେ ଇଟାଲୀରେ ୭ ଶହ ଓ ସ୍ପେନରେ ୬ ଶହ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଇଟାଲୀରେ ମୃତ୍ୟୁ ସଂଖ୍ୟା ୧୩ ହଜାର ଟପିଛି ବେଳେ ସ୍ପେନରେ ୯ ହଜାର ଟପିଛି ।

Leave a Reply