ଦ୍ରୌପଦୀଙ୍କୁ ନେଇ ରାଜ୍ୟ କଂଗ୍ରେସ ଦୁଇଫାଳ

ଭୁବନେଶ୍ବର: ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ନେଇ ରାଜ୍ୟ କଂଗ୍ରେସ ଦୁଇଫାଳ । ମାଟିର ଝିଅ ଆଗ ନା ପାର୍ଟିର ନିର୍ଦ୍ଦେଶ । ଏମିତି ପ୍ରଶ୍ନରେ ଘଶଟି ହେଉଛନ୍ତି କଂଗ୍ରେସ ନେତା । ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବୁ ନାହିଁ ବୋଲି ପିସିସି ସଭାପତି ଓ କଂଗ୍ରେସ ବିଧାୟକ ଦଳ ନେତା କହୁଥିବା ବେଳେ ରାଜନୀତିରୁ ହଟି ଦଳର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ଦୌପଦୀଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ସେତିକି ନୁହେଁ, ଦ୍ରୌପଦୀଙ୍କୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ କରିବା ପାଇଁ ସୋନିଆ ଗାନ୍ଧୀଙ୍କ ପାଖରେ ପ୍ରସ୍ତାବ ରଖିବେ ବୋଲି ମଧ୍ୟ କହିଛନ୍ତି ।

ଦୌପଦୀଙ୍କୁ ସମର୍ଥନ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ବିଧାୟକ ସୁର ରାଉତରାୟ । ଦୌପଦୀଙ୍କୁ ନିର୍ଦ୍ବନ୍ଦ୍ବରେ ଜିତାଇବାକୁ ସୋନିଆଙ୍କୁ ସୁର ପ୍ରସ୍ତାବ ଦେବା ମନ୍ତବ୍ୟକୁ ବ୍ୟକ୍ତିଗତ ନିଷ୍ପତ୍ତି କହି ଏଡ଼ାଇ ଯାଇଛି ଦଳ । ରାଷ୍ଟ୍ରପତି ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ଏ ପ୍ରସଙ୍ଗକୁ ନେଇ କଂଗ୍ରେସ ରାଜନୀତି ଉଷ୍ମ ହେବାରା ଲାଗିଛି । ଦୌପଦୀ ମୁର୍ମୁଙ୍କୁ ସମର୍ଥନକୁ ନେଇ  ରାଜ୍ୟ କଂଗ୍ରେସ ଦୁଇଫାଳ ହୋଇଛି । ବିଜେପିର ପ୍ରାର୍ଥୀଙ୍କୁ କଂଗ୍ରେସ କେବେ ସମର୍ଥନ କରିବ ନାହିଁ ବୋଲି ପିସିସି ସଭାପତି ଓ କଂଗ୍ରେସ ବିଧାୟକ ଦଳ ନେତା ଯୁକ୍ତି ବାଢୁଛନ୍ତି  । କିନ୍ତୁ ଏହାକୁ ନେଇ ଦଳର ନେତାଙ୍କ ମଧ୍ୟରେ ସହମତି ହୋଇପାରୁନାହିଁ । ଦଳର ବରିଷ୍ଠ ବିଧାୟକ ସୁରେଶ ରାଉତରାୟଙ୍କ ଯୁକ୍ତି ହେଉଛି ଦୌପଦୀ ନିର୍ଦ୍ବନ୍ଦ୍ବରେ ଜିତିବା ନିଶ୍ଚିତ । ତେଣୁ  ସୋନିଆ ଗାନ୍ଧୀଙ୍କୁ ସେ ଓଡିଆ ଝିଅକୁ ସର୍ବସହମତରେ ଜିତାଇବା ପାଇଁ ପ୍ରସ୍ତାବ ରଖିବେ ବୋଲି କହିଛନ୍ତି । ତେବେ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାହା ସେ ଅକ୍ଷରେ ଅକ୍ଷରେ ପାଳନ କରିବେ ବୋଲି ମଧ୍ୟ କହିଛନ୍ତି ।

ସେପଟେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଧାନସଭାର ୧୪୭ ଜଣ ବିଧାୟକଙ୍କୁ ଦଳମତ ନିର୍ବିଶେଷରେ ଭୋଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ । ଏହାକୁ ଯଦି ଅନ୍ୟ ଦଳର ବିଧାୟକମାନେ ଗ୍ରହଣ କରନ୍ତି ତାହା ସ୍ବାଗତ ଯୋଗ୍ୟ ବୋଲି ବିଜେଡି କହିଛି । ଅନ୍ୟପଟେ ପିସିସି ସଭାପତି କିନ୍ତୁ ସୁରଙ୍କ ବୟାନକୁ ବ୍ୟକ୍ତିଗତ ବୟାନ କହିବା ସହ ବିଜେପି ମାଟି ଓ ପାର୍ଟି ରାଜନୀତିକୁ କଡ଼ା ସମାଲୋଚନା କରିଛନ୍ତି ।

ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦୌପଦୀ ମୁର୍ମୁ ନିଜର ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି ।