ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଦସ୍ତଖତ ଅଭିଯାନ

ସାକ୍ଷୀଗୋପାଳ: ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଦସ୍ତଖତ ଅଭିଯାନ । ପେଟ୍ରୋଲ ପମ୍ପ ସାମ୍ନାରେ ଦସ୍ତଖତ ଅଭିଯାନ କରିଛନ୍ତି କଂଗ୍ରେସ କର୍ମୀ । ପେଟ୍ରୋଲ ଓ ଡିଜେଲ ଦର ଦିନକୁ ଦିନ ବଢିବାରେ ଲାଗିଛି । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୨ଟଙ୍କା ୭୨ପଇସା ରହିଛି । କମିବା ବଦଳରେ ଦିନକୁ ଦିନ ବଢିବାରେ ଲାଗିଛି ଦର । ଏହା ପ୍ରଭାବରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ବଢିବାରେ ଲାଗିଛି । ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ଗତ ୭ତାରିଖରୁ ତୈଳଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ରାଜ୍ୟ କଂଗ୍ରେସ । ଆଜି ଆନ୍ଦୋଳନର ଶେଷ ଦିନରେ ସବୁ ପେଟ୍ରୋଲ ପମ୍ପ ସାମ୍ନାରେ ଦଳ ଦସ୍ତଖତ ଅଭିଯାନ କରିଛି ।