ବସ୍ ରାଜନୀତି: ନିଜ ଦଳକୁ ସମାଲୋଚନା କଲେ କଂଗ୍ରେସ ବିଧାୟିକା

1 min read

ଲକ୍ଷ୍ନୌ: ଶ୍ରମିକମାନଙ୍କ ପାଇଁ ବସ୍ ବ୍ୟବସ୍ଥାକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୈତିକ ଯୁଦ୍ଧରେ ଏକ ନୂଆ ମୋଡ଼ ଆସିଛି । ରାୟବରେଲୀର ବିଦ୍ରୋହୀ କଂଗ୍ରେସ ବିଧାୟକ ଆଦିତି ସିଂହ ଏହି ପ୍ରସଙ୍ଗରେ ତାଙ୍କ ଦଳର ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି। ଏହା ଏକ ନିଷ୍ଠୁର ପରିହାସ ବୋଲି ଆଦିତି ସିଂ କହିଛନ୍ତି ।

ଆଦିତି ସିଂହ ଟ୍ୱିଟରେ କରି ଲେଖିଛନ୍ତି ଯେ, ‘ବିପର୍ଯ୍ୟୟ ସମୟରେ ଏଭଳି ନିମ୍ନ ରାଜନୀତିର ଆବଶ୍ୟକତା କ’ଣ…, ଏକ ହଜାର ବସର ତାଲିକା ପଠାଇଲେ, ଯେଉଁଥିରେ ଅଧାରୁ ଅଧିକ ବସ୍ ନକଲି, ୨୯୭ଟି ଅବ୍ୟବହୃତ ବସ୍, ୯୮ଟି ଅଟୋ ରିକ୍ସା ଏବଂ ଆମ୍ବୁଲାନ୍ସ ଭଳି ଗାଡ଼ି, ୬୮ଟି ବିନା କାଗଜପତ୍ରର ଗାଡ଼ି, ଏହା କେତେ ନିଷ୍ଠୁର ଉପହାସ, ଯଦି ବସ୍ ଥିଲା ତେବେ ଆପଣ ଏହାକୁ ରାଜସ୍ଥାନ, ପଞ୍ଜାବ, ମହାରାଷ୍ଟ୍ରରେ କାହିଁକି ରଖିଲେ ନାହିଁ ?

ଜଣାଇ ରଖୁଛୁ ଯେ, ଆଦିତି ସିଂହ ଦୀର୍ଘ ଦିନ ଧରି କଂଗ୍ରେସ ବିରୋଧୀ କାର୍ଯ୍ୟକଳାପରେ ଜଡିତ ଥିଲେ । ଗତ ବର୍ଷ ଦଳର ହ୍ୱିପ୍ କୁ  ଉଲ୍ଲଂଘନ କରି ଅଦିତି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଯୋଗଦେବାକୁ ଆସିଥିଲେ। ଏହା ପରେ ତାଙ୍କୁ ଦଳ ପକ୍ଷରୁ ଏକ କାରଣ ନୋଟିସ ମଧ୍ୟ ଦିଆଯାଇଥିଲା । କାଶ୍ମୀରରୁ ଧାରା ୩୭୦ ହଟାଇବା ପ୍ରସଙ୍ଗରେ ମଧ୍ୟ ଆଦିତି କଂଗ୍ରେସ ଠାରୁ ଭିନ୍ନ ନିଜର ମତ ରହିଥିଲେ । ନିକଟରେ ସେ କରୋନା ଯୋଦ୍ଧା ପାଇଁ ପିଏମ ମୋଦୀଙ୍କ ଆବେଦନକୁ ମାନି ଦୀପ ମଧ୍ୟ ଜାଳିଥିଲେ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରଶଂସା

ଯୋଗୀ ସରକାରଙ୍କ ଷ୍ଟାଣ୍ଡକୁ ସମର୍ଥନ କରି ଗାନ୍ଧୀ ପରିବାରର ଘନିଷ୍ଠ ସହଯୋଗୀ ତଥା ରାୟବରେଲୀ ସଦରଙ୍କ ବିଧାୟକ ଆଦିତି ସିଂହ ମଧ୍ୟ କୋଟା ଉପରେ ପ୍ରଶ୍ନ କରିଛନ୍ତି । ଅନ୍ୟ ଏକ ଟ୍ୱିଟରେ ଆଦିତ୍ୟ ଲେଖିଛନ୍ତି ଯେ, ‘ତଥାକଥିତ ବସ୍ କେଉଁଠି ଥିଲା ଯେତେବେଳେ କୋଟାରେ ହଜାର ହଜାର ୟୁପି ପିଲା ଫସି ରହିଥିଲେ, ସେତେବେଳେ କଂଗ୍ରେସ ସରକାର ଏହି ପିଲାମାନଙ୍କୁ ଘରେ ଛାଡିବା ଦୂରର କଥା ସେମାନଙ୍କୁ ସୀମାରେ ସୁଦ୍ଧା ଛାଡି ପାରିଲେ ନାହିଁ । ଏହାପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାତାରାତି ବସ୍ ଲଗାଇ ଏହି ପିଲାମାନଙ୍କୁ ଘରେ ପହଞ୍ଚାଇଥିଲେ । ଖୋଦ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ପ୍ରଶଂସା କରିଥିଲେ ।

କ’ଣ ଥିଲା ପୁରା ବିବାଦ?

ଲକଡାଉନର ସମ୍ମୁଖୀନ ହେଉଥିବା ଶ୍ରମିକ ମାନେ ନୋଏଡା-ଗାଜିଆବାଦର ୟୁପି ସୀମାରେ ଫସି ରହିଛନ୍ତି। ଏହି ଶ୍ରମିକମାନଙ୍କୁ ନିଜ ଘରକୁ ଆଣିବା ପାଇଁ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଯୋଗୀ ସରକାରଙ୍କୁ ୧୦୦୦ ବସ୍ ଚଲାଇବା ପାଇଁ ଏକ ପ୍ରସ୍ତାବ ପଠାଇଥିଲେ। ଯୋଗୀ ସରକାର ଏହାକୁ ଅନୁମୋଦନ କରି ବସର ସମ୍ପୂର୍ଣ୍ଣ ତାଲିକା ମାଗିଥିଲେ। ଏହି ତାଲିକା ଆଧାରରେ ଯୋଗୀ ସରକାର କହିଛନ୍ତି ଯେ ଏହି ତାଲିକାରେ ବସ୍ ସ୍ଥାନରେ ଦୁଇ ଚକିଆ ଏବଂ ତିନି ଚକିଆ ଯାନ ରହିଛି ।

ଏହି ବିବାଦ ପରେ କଂଗ୍ରେସ କହିଛି ଯେ ଯେଉଁ ବସ ଗୁଡ଼ିକ ସରକାରଙ୍କ ଯାଞ୍ଚ ପରେ ଠିକ ଅଛି ସେହି ବସ ଗୁଡ଼ିକୁ ଶ୍ରମିକମାନଙ୍କ ପାଇଁ ବ୍ୟବହାର କରାଯାଉ । ଇତିମଧ୍ୟରେ ୟୁପି କଂଗ୍ରେସ ସଭାପତି ଅଜୟ କୁମାର ଲଲ୍ଲୁଙ୍କୁ ମଙ୍ଗଳବାର ଦିନ ଆଗ୍ରାରେ ପୋଲିସ ଗିରଫ କରିଛି ।  ଅନ୍ୟପକ୍ଷରେ ଲକ୍ଷ୍ନୌ ଏବଂ ନୋଏଡାଠାରେ ପ୍ରିୟଙ୍କା ଗାନ୍ଧୀ ଏବଂ ଅନ୍ୟ କଂଗ୍ରେସ ନେତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି ।

Leave a Reply

ନଜର ପକାନ୍ତୁ