ଡରାଉଛି କରୋନା : ୨୪ ଘଣ୍ଟାରେ ୫ ହଜାରରୁ ଅଧିକ ମାମଲା,କେବଳ ମହାରାଷ୍ଟ୍ରରେ ବୁଧବାର ୨ ହଜାରରୁ ଅଧିକ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା କାୟା । ଲକ୍‌ଡାଉନ୍‌ ପରେ ଲକ୍‌ଡାଉନ୍‌ ହେବା ସତ୍ତ୍ୱେ ଆୟତକୁ ଆସୁନି କରୋନା । ପ୍ରତିଦିନ ଦେଶରେ ହଜାର ହଜାର ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ୫ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୪୦ଙ୍କ ଜୀବନ ମଧ୍ୟ ଯାଇଛି । ଭାରତରେ ଏବେ ୧ ଲକ୍ଷ ୧୧ ହଜାରରୁ ଉର୍ଦ୍ଧ କୋଭିଡ୍‌ ୧୯ରେ ଆକ୍ରାନ୍ତ ହୋଇସାରିଛନ୍ତି । ପ୍ରାୟ ୩ ହଜାରରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ର।ଳୟର ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ଓ ମୃତକ ରହିଛନ୍ତି । ଗୁଜରାଟ, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ଦିଲ୍ଲୀ, ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁରେ କରୋନାର ଅଧିକ ପ୍ରଭାବ ରହିଛି ।

ବିଶ୍ୱକୁ କରୋନା ଭାଇରସ୍‌ରୁ ମୁକ୍ତ କରିବା ପାଇଁ ଚୀନ୍‌ର ୨ଟି ବଡ଼ ନିଷ୍ପତ୍ତି

ଦେଶରେ କରୋନା ଆରୋଗ ହାର ୩୯.୬୨ ପ୍ରତିଶତ ରହିଛି । ତଥାପି ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଲୋକେ ସରକାରଙ୍କ ସମସ୍ତ ନିୟମ ମାନି ଚଳିବା ଉଚିତ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ର।ଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ । ଏହାରି ଭିତରେ ଦେଶକୁ ଖୁସି ଖବର ମଧ୍ୟ ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ହଜାରରୁ ଅଧିକ ସୁସ୍ଥ ମଧ୍ୟ ହୋଇଛନ୍ତି । ସେପଟେ ବିଶ୍ୱ ମାନଚିତ୍ରରେ ନଜର ପକାଇଲେ, ୫୦ ଲକ୍ଷରୁ ଅଧିକ ଲୋକେ ସଂକ୍ରମିତ ହୋଇଥିବା ଜଣାପଡିଛି । ପ୍ରାୟ ୩ ଲକ୍ଷ ୨୬ ହଜାର ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଆମେରିକା ସମେତ ସ୍ପେନ୍‌, ବ୍ରାଜିଲ୍‌, ବ୍ରିଟେନ୍‌, ଇଟାଲୀ, ଫ୍ରାନ୍ସ, ଜର୍ମାନୀ  ଓ ତୁର୍କୀରେ ମଧ୍ୟ କରୋନାର ଅଧିକ ପ୍ରଭାବ ରହିଛି ।

 

Leave a Reply