ମହିଳା ଥାନା କ୍ୟାମ୍ପସରେ ଚାଇଲ୍ଡ ଥାନା ମଡେଲ, ଥାନା ଭିତରେ ଓ ବାହରେ ପିଲାଙ୍କ ଛବି

ଭୁବନେଶ୍ୱର: ଥାନାର କାନ୍ଥ କହୁଛି କାହାଣୀ । ଥାନା ଭିତରେ ଓ ବାହରେ ପିଲାଙ୍କ ଛବି । କାନ୍ଥରେ ହାତୀ, ବାଘ, ଭାଲୁ  ସାଙ୍କୁଚ ଚିତ୍ର  । ମୋ ସ୍କୁଲର ଛବି । ଚାଇଲ୍ଡ ଫ୍ରେଣ୍ଡଲି ପୋଲିସ ସେବା ପାଇଁ ଆଉ ପାଦେ ଆଗେଇଲା କମିଶମରେଟ ପୋଲିସ  । ମହିଳା ଥାନା କ୍ୟାମ୍ପସରେ ଚାଇଲ୍ଡ ଥାନା ମଡେଲ । ଥାନା କାନ୍ଥରେ ଅଙ୍କା ହୋଇଛି ରଙ୍ଗ ବେରଙ୍ଗର ଛବି । କାନ୍ଥ କହୁଛି ପାହଡର ପାଦ ଦେଶର ଦୃଶ୍ୟ । ଛୋଟ ପିଲା ମାନେ ପାଠ ପଢିବା ସହ ଶୈଶବ ଜୀବନକୁ କେମିତି ଉପଭୋଗ କରୁଛନ୍ତି  । ସେହି ଦୃଶ୍ୟ ଅଙ୍କା ଯାଇଛି ଥାନାର କାନ୍ଥରେ  ।

ବିଭିନ୍ନ ସମୟରେ ଅନେକ ନିଜର ଅଭିଯୋଗ ନେଇ ଥାନାକୁ ଆସନ୍ତି । ସାଙ୍ଗରେ ଆସିଥାନ୍ତି ଛୋଟ ପିଲା । ଥାନାରେ ଛୋଟ ପିଲଙ୍କା ଉପରେ ପ୍ରଭାବ ପଡିଥାଏ । ଛୋଟ ପିଲାଙ୍କ ମନରେ ସ୍କୁଲର ଭ୍ରମ ସୃଷ୍ଟି କରିବା ପାଇଁ ଥାନା ଭିତରେ ସ୍କୁଲ ଓ ଘରର ପରିବେଶ ମାହୋଲ ତିଆରି କରାଯାଇଛି । ଆଗାମୀ ଦିନରେ ଥାନରେ ଭିତରେ ଛୋଟ ପିଲା ମାନଙ୍କ ଲାଗି ଖେଳିବା ପାଇଁ ଉପକରଣ  ଦିଆଯିବ । ଏ ସବୁ ଚିତ୍ର ଦେଖିଲା ପରେ ପିଲା ମାନଙ୍କର ଥାନା ପ୍ରତି ଥିବା ଭାବନା ଦୂର ହେବ ବୋଲି ଏହି ପ୍ରୟାସ ।

ଥାନା ଗୁଡିକରେ ଏସବୁ ଯୋଜନା ଓ ପରିବେଶ ତିଆରି କରିବା ପଛରେ ଲୋକଙ୍କ ସହ ଯୋଡି ହେବା ପୋଲିସର ପ୍ରୟାସ । ଜଣେ ଅଭିଯୋଗକାରୀ ଥାନକୁ ଆସି ଫେରିଲା ବେଳେ ବନ୍ଧୁ ହୋଇ ଯିବା ହିଁ ପୋଲିସର ମୂଳ ଲକ୍ଷ୍ୟ  । ଏ କାର୍ଯ୍ୟକ୍ରମ ଦ୍ବାରା ପୋଲିସକୁ ଭଲ ରେସପନ୍ସ ମିଳୁଛି ବୋଲି ଡିସିପି କହିଛନ୍ତି । ସେପଟେ ଥାନା ଗୁଡିକରେ ଶିଶୁ ମାନଙ୍କ ପାଇଁ  ଏଭଳି ପଦକ୍ଷେପ ନେବା ଦ୍ବାରା ଅନ୍ୟ ଥାନା ପାଇଁ ଏକ ଉଦାହରଣ ସୃଷ୍ଟି ହେବ ବୋଲି ଚାଇଲ୍ଡ ଲାଇନର ନିର୍ଦ୍ଦେଶକ କହିଛନ୍ତି  ।

ଅନେକ ସମୟରେ ଶୈଶବରୁ ପିଲା ମାନେ ବାଟ ହୁଡିଥାନ୍ତି । ଆଉ ପିଲା ମାନଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇ ଯାଇଥାଏ । ସେଥଇପାଇଁ ଅଧିକ ଚାଇଲ୍ଡ ଫ୍ରେଣ୍ଡଲି ଥାନା ମଡେଲ ଶୀଘ୍ର କାର୍ଯ୍ୟକାରୀ କରାଯିବାକୁ ଚାଲିଛି ଯୋଜନା  ।

Leave a Reply