ବାପା ଗାଡିରେ ବନ୍ଧୁକ ରଖି ପୁଅର ଷଡ଼ଯନ୍ତ୍ର, ବାନ୍ଧିଲା ପୋଲିସ

1 min read

ଭୁବନେଶ୍ୱର: ରାଜଧାନୀରେ ବନ୍ଧା ହେଲା ଭିଲେନ୍ ପୁଅ । ବାପାକୁ ଫସେଇବାକୁ ଯାଇ ନିଜେ ଫସିଗଲା । ପ୍ରତିଶୋଧ ନେବା ପାଇଁ ବନ୍ଧୁକର ଷଡଯନ୍ତ୍ର । ବାପାକୁ ଫସାଇବାକୁ ଗାଡି ଭିତରେ ବନ୍ଧୁକ ରଖିଲା ପୁଅ । ଅଭିଯୁକ୍ତ ଜଣକ ହେଲେ ପୂର୍ବତନ ମଦ ମାଫିଆ ବେଲୁ ଓରଫ ସୁରେନ୍ଦ୍ର ଦାଶଙ୍କ ପୁଅ ବିଶ୍ବଜିତ ଦାଶ । ବିଶ୍ବଜିତ ଦାସ ଓ ତାଙ୍କ  ସାଙ୍ଗ ଅଭିନ୍ନ ମହାପାତ୍ରକୁ ଗିରଫ କରିଛି ବାଲିଅନ୍ତା ଥାନା ପୋଲିସ । ପୋଲିସର ସୂଚନା ଅନୁସାରେ ବାପା କୁ ଜେଲ ପଠାଇବାକୁ ଚକ୍ରାନ୍ତ କରିଥିଲା ପୁଅ ।

ତେଣୁ ବାପାଙ୍କ କାରରେ ବନ୍ଧୁକ ରଖି ପୋଲିସକୁ ଖବର ଦେଇଥିଲ ପୁଅ ବିଶ୍ବଜିତ । ତାଙ୍କ ବାପା ବନ୍ଧୁକ ରଖି ଅପରୀଧୀଙ୍କ ସହିତ ମିଳାମିଶା କରୁଥିବା ନେଇ ବାଲିଅନ୍ତା ଥାନାରେ ଅଭିଯୋଗ କରିଥିଲେ । ଖବର ପାଇ ବାଲିଅନ୍ତା ଥାନା ଓ ସ୍ପେଶାଲ ସ୍କାର୍ଡ ରେଡ କରିଥିଲେ । ସୁରେନ୍ଦ୍ର ଦାଶ ଓ ତାଙ୍କ ଡ୍ରାଇଭରକୁ ପଚରାଉଚରା ପରେ ବିଶ୍ବଜିତର ସତ ସାମ୍ନାକୁ ଆସିଥିଲା । ବିଶ୍ବଜିତ ବେକାରୀ ଥିବା ବେଳେ ଆର୍ଥିକ ସମସ୍ୟା ମଧ୍ୟ ଥିଲା ।

ସେପଟେ ଏ ନେଇ ଟଙ୍କା ଦେଣ ନେଣକୁ ନେଇ ଯୋଜନା କରିଥିବା ତଦନ୍ତ ବେଳେ ଜଣା ପଡିଥିଲା । ତଦନ୍ତ ପରେ ପୁଅ ବିଶ୍ବଜିତ ଓ ତାର ସାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗାଡି ଭିତରୁ ଜବତ ହେଲା 7.6mm ପିସ୍ତଲ ଜବତ ହୋଇଛି । ବିଶ୍ବଜିତ ବନ୍ଧୁକ କେଉଁଠୁ ଆଣିଲା ସେ ନେଇ ତଦନ୍ତ କରୁଛି ପୋଲିସ ବୋଲି ଡିସିପି କହିଛନ୍ତି ।