୫୦ ବର୍ଷ ପରେ ଓଡ଼ିଶା ଆକାଶରେ ଦେଖାଦେଲା C/2022-E3 ନାମକ ଧୂମକେତୁ

1 min read

ଭୁବନେଶ୍ୱର: ରାଜଧାନୀ ଆକାଶରେ ଧୂମକେତୁ । ଚନ୍ଦକାରୁ ଧୂମକେତୁ ଚିତ୍ର ଉତ୍ତୋଳନ । ୫୦ ହଜାର ବର୍ଷ ପରେ ପୁଣି ଦେଖାଦେଲା C/2022 E3 (ZTF)। ଫେବ୍ରୁଆରୀ ୧ ତାରିଖରେ ହେବ ପୃଥିବୀର ନିକଟତର । ଖାଲି ଆଖିରେ ଦେଖିପାରିବେ ଲୋକେ । ଆବିଷ୍କାର ପରଠୁ ବେଳକୁ ବେଳ ଉଜ୍ଜଳ ହେବାରେ ଲାଗିଛି । କିନ୍ତୁ ପୃଥିବୀ ଉପରେ ଏହାର ପ୍ରଭାବ କିଛି ପଡିବନି । ଉତ୍ତର-ପୂର୍ବ ଦିଗରେ ସନ୍ଧ୍ୟା ସାଢେ ୭ ଟା ବେଳକୁ ଉଦୟ ହେବ । ପ୍ରାୟ ୧୫ ରୁ ୧୬ ଡିଗ୍ରୀ ଉପରେ ରହିବ ଧୂମକେତୁ। ରାତି ବଢିବା ସାଙ୍ଗକୁ ଧୀରେ ଧୀରେ ଉପରକୁ ଉଠିବ। ୪ ରୁ ୫ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ଦୃଶ୍ୟମାନ ହେବ। ଏହା ଏକ ବଡ ଧୂମକେତୁ ।

ପୃଥିବୀର ପାଖାପାଖି ୪ କୋଟି କିଲୋମିଟର ନିକଟକୁ ଆସିବ। ତେଣୁ ଜାନୁଆରୀ ୩୦, ୩୧ ଓ ଫେବ୍ରୁଆରୀ ୧, ୨ ରେ ଏହା ଖାଲି ଆଖିରେ ଦେଖାଯିବ ବୋଲି ସୂଚନା ଦେଇଛନ୍ତି ପଠାଣି ସାମନ୍ତ ପ୍ଳାନେଟାରିୟମ୍ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ । ଉତ୍ତର ଗୋଲାର୍ଦ୍ଧର ସବୁ ସ୍ଥାନରେ ଦେଖାଯିବ ଏହି ଧୂମକେତୁ । ଦେଶର ଯେତେ ଉପରକୁ ଯିବା ଯଥା ଦିଲ୍ଲୀ, କାଶ୍ମୀର ଆଦିରେ ସେତେ ଉପରକୁ ଦେଖାଯିବ । ପ୍ରତିବର୍ଷ ୨୦ ରୁ ୨୫ ଟି ଧୂମକେତୁ ସୂର୍ଯ୍ୟ ନିକଟରେ ରହିଥାଏ ଏବଂ ପୃଥିବୀ ପାଖ ଦେଇ ଯାଇଥାଏ। ସେମାନଙ୍କର ଆକାର ଅନୁସାରେ ଦୂରତା ଅଧିକ ଥିବାରୁ ଦେଖିବା ସମ୍ଭବ ହୁଏନି ।

କିନ୍ତୁ ବୈଜ୍ଞାନିକ ମାନେ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟ ରେ ଧୂମକେତୁ ଗୁଡିକର ଗତିବିଧି ଲକ୍ଷ କରନ୍ତି । ତେବେ ଭୁବନେଶ୍ବର ମଧ୍ୟରେ ଲାଇଟ ପ୍ରଦୂଷଣ ଅଧିକ ଥିବାରୁ ଦେଖାଯିବା ଆଶା କମ୍ ରହିଛି । କିନ୍ତୁ ଭୁବନେଶ୍ୱର ଉପକଣ୍ଠରେ ଲାଇଟ ପ୍ରଦୂଷଣ କମ ସ୍ଥାନରେ ଏହା ସ୍ପଷ୍ଟ ଦେଖାଯିବ । ୨୦୦୫ରେ ଏହିଭଳି ଏକ ଧୂମକେତୁ ଆଲବକ ଆସିଥିଲା । ୨୦୧୯ ରେ ନ୍ୟୁୟ ଏଜ ଧୂମକେତୁ ଦେଖିଥିଲେ ଲୋକେ । ଧୂମକେତୁ ଏକ ଛୋଟ ପିଣ୍ଡ। ୧/୨ କିମି ପଥର ଖଣ୍ଡ। ସୂର୍ଯ୍ୟ ନିକଟତର ହେଲେ ଲାଞ୍ଜ ସୃଷ୍ଟି ହୁଏ । ଏହାର ପୃଥିବୀ ସହ ଧକ୍କା ହେଲେ କ୍ଷତି ପହଞ୍ଚାଇବା ସମ୍ଭାବନା ଅଧିକ ରହିଛି ।