ଅସୁସ୍ଥ ଛାତ୍ରଛାତ୍ରୀଙ୍କ ଅବସ୍ଥା ବୁଝିଲେ ଜିଲ୍ଲାପାଳ

1 min read

ସ୍କୁଲ୍‌ରେ ମଧ୍ୟାହ୍ନ ଭୋଜନ ଖାଇ ୧୦୬ ଜଣ ଛାତ୍ରଛାତ୍ରୀ ଗୁରୁତର ଅସୁସ୍ଥ ହୋଇଥିବା ଘଟଣା । ଡାକ୍ତରଖାନାକୁ ଯାଇ ଅସୁସ୍ଥ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଭେଟିଛନ୍ତି ଜିଲ୍ଲାର ପ୍ରଶାସନିକ ଅଧିକାରୀ ।  ଜିଲ୍ଲାପାଳ, ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ସ୍ଥାନୀୟ ବିଧାୟକ ମହିଧର ରଣା ପହଞ୍ଚି ଛାତ୍ରଛାତ୍ରୀଙ୍କ ଅବସ୍ଥା ପଚାରି ବୁଝିଥିଲେ  । ଗତକାଲି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଲୁକାପଡ଼ା ପ୍ରାଥମିକ ସ୍କୁଲ୍‌ରେ ମଧ୍ୟାହ୍ନ ଭୋଜନ ଖାଇ ୧୦୬ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ ।

ମଧ୍ୟାହ୍ନ ଭୋଜନ ଖାଇବା ପରେ ପିଲାମାନେ ବାନ୍ତି କରିଥିଲେ । ଧୀରେଧୀରେ ସେମାନେ ଅଧିକ ଅସୁସ୍ଥ ହୋଇପଡ଼ିବାରୁ ସେମାନଙ୍କୁ ତୁରନ୍ତ ମନମୁ୍ଣ୍ଡା ମେଡିକାଲକୁ ନିଆଯାଇଥିଲା । ଚିକିତ୍ସା ପରେ ପିଲାମାନଙ୍କ ଅବସ୍ଥା ଭଲ ଅଛି । ଏବେବି କିଛି ଛାତ୍ରଛାତ୍ରୀ ଉଭୟ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଛନ୍ତି । ସେପଟେ ଘଟଣାର ଅନୁସନ୍ଧାନ ପରେ ଦୋଷୀ କର୍ତ୍ତୃପକ୍ଷ ଏବଂ ଖାଦ୍ୟ ଯୋଗାଉଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଉପରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ')}

Leave a Reply