୬ଟି ଦେଶରୁ ରାଜଧାନୀକୁ ଆସୁଥିଲା କୋକେନ୍

ଭୁବନେଶ୍ୱର: ଭୁବନେଶ୍ୱରରେ କୋକେନ୍ ଜବତ ଘଟଣାରେ ସାମ୍ନାକୁ ଆସିଲା ଦାମୀ ନିଶାର ବିଦେଶୀ ଲିଙ୍କ୍ । ରବିର ମୋବାଇଲ ଖୋଲିଲା କୋକେନ୍ ମାଫିଆଙ୍କ ସିକ୍ରେଟ୍ । ବିଦେଶରୁ ଓଡ଼ିଶାକୁ ଆସୁଥିଲା କୋକେନ୍ । ୬ଟି ଦେଶର ମାଫିଆଙ୍କ ସହ ଲିଙ୍କରେ ଥିଲା ରବି । ଚୀନ, ଫ୍ରାନ୍ସ, ଆମେରିକା, ସୁଇଜରଲାଣ୍ଡ, ଥାଇଲ୍ୟାଣ୍ଡ, ସାଉଥ ଆଫ୍ରିକା ମାଫିଆଙ୍କ ସହ ଲିଙ୍କରେ ଥିଲା ରବି । ଅଭିଯୁକ୍ତ ରବିର ମୋବାଇଲରୁ ମିଳିଛି ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ନିଶା କାରବାରରେ ଏକ ବଡ଼ ନେଟୱର୍କ କାମ କରୁଛି ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ମାମଲାରେ ଦୁଇ ଅଭିଯୁକ୍ତ ରବି ଓ ସନ୍ନିଙ୍କୁ ଜେରା କରିଛି ଏନସିବି । ବାହାର ରାଜ୍ୟ ଲିଙ୍କ ନେଇ ପଚରାଉଚରା କରିଛି । ୪ ଦିନିଆ ରିମାଣ୍ଡରେ ନେଇ ଦୁଇ ଅଭିଯୁକ୍ତଙ୍କୁ ଗୁଡ଼େଇ ତୁଡ଼େଇ ଜେରା କରୁଛି ଏସଟିଏଫ୍ ।

ଭୁବନେଶ୍ବରରୁ ପ୍ରଥମଥର ପାଇଁ ୨୨୦ ଗ୍ରାମ କୋକେନ୍ ଜବତ ହୋଇଥିଲା । ୨୦୨୩ ହକି ବିଶ୍ବକପକୁ ଟାର୍ଗେଟ୍‌ କରି ଭୁବନେଶ୍ବର ବଜାରରେ କୋକେନ୍‌ ଏଣ୍ଟ୍ରି କରିଥିଲା ଅଭିଯୁକ୍ତ । ୨୦୨୩ ହକି ବିଶ୍ୱକପେ ବିଦେଶୀ ଖେଳାଳୀ ଓ ଦର୍ଶକଙ୍କୁ ଟାର୍ଗେଟ କରି ରାଜଧାନୀରେ କୋକେନ କାୟା ବିସ୍ତାର କରିଥିଲେ ଏହି ଦୁଇ ଅଭିଯୁକ୍ତ । ଭୁବନେଶ୍ବରରୁ କୋକେନ ଜବତ ମାମଲାର ତଦନ୍ତରେ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋର ଏଣ୍ଟ୍ରି କରିଛି । କୋକେନ୍ ସିକ୍ରେଟ୍ ମାମଲାର ଦୁଇ ଅଭିଯୁକ୍ତ ରବି ଓ ସନ୍ନିଙ୍କୁ ଜେରା କରିଛି ଏନସିବି ।