ଆଜି ପବିତ୍ର ଅକ୍ଷୟ ତୃତୀୟା, ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1 min read

ଆଜି ପବିତ୍ର ଅକ୍ଷୟ ତୃତୀୟା । କଟକଣା ଭିତରେ ଶ୍ରୀକ୍ଷେତ୍ରରେ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ନରେନ୍ଦ୍ର ପୁଷ୍କରିଣୀରେ ଆଲୋକ ସଜ୍ଜା ଯିବା ସହ ନୌକା ପ୍ରସ୍ତୁତ ହୋଇଛି । ବିନା ଭକ୍ତରେ ମହାପ୍ରଭୁ ଖେଳିବେ ଚାପ । ଏଥିପାଇଁ ନରେନ୍ଦ୍ର ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ୧୪୪ ଧାରା ଜାରି କରାଯାଇଛି ।

କୋଭିଡ୍ ନିୟମ ଅନୁଯାୟୀ ନିତି ସମ୍ପାଦନ କରିବେ ସେବାୟତ । ସୁରକ୍ଷା ପାଇଁ ୬ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ ଗଠନ କରାଯାଇଛି । ୨୧ ଦିନ ପର୍ଯ୍ୟନ୍ତ ଅପରାହ୍ନ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ । ସେପଟେ ଅଲାରନାଥଙ୍କ ଚନ୍ଦନ ଯାତ୍ରା ପାଇଁ ଲାଗୁ ହୋଇଛି ୧୪୪ ଧାରା । ମୋଟ୍ ୩୦ ଜଣ ସେବାୟତଙ୍କୁ ନେଇ ହେବ ଅଲାରନାଥଙ୍କ ଚନ୍ଦନ ଯାତ୍ରା । ଏପଟେ ଆଜି ରଥ ନିର୍ମାଣ ଅନୁକୂଳ ହେବ । ରଥ ପାଇଁ ଆବଶ୍ୟକୀୟ କାଠ ପହଞ୍ଚି ସାରିଥିବା ବେଳେ ନିର୍ମାଣରେ ନିୟୋଜିତ ହେବାକୁ ଥିବା ମହାରଣା ଓ ଭୋଇ ସେବକ ବେଶ ଉତ୍ସାହିତ ଅଛନ୍ତି । କୋଭିଡ କଟକଣା ଭିତରେ ଚାଲିବ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ।

ସେପରଟେ ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଚାଷୀମାନଙ୍କ ଅଖିମୁଠି ଅନୁକୂଳ ଶୁଭଙ୍କର ହେଉ। ଚଳିତ ବର୍ଷ ଭଲ ଫସଲ ଅମଳ ଚାଷୀଙ୍କ ସୁଖ ଓ ସମୃଦ୍ଧିର ଧାରାକୁ ଆହୁରି ତ୍ୱରାନ୍ୱିତ କରୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

Leave a Reply