ବିଜେଡି ପ୍ରାର୍ଥୀଙ୍କ ପାଇଁ ଆଜି ପ୍ରଚାର କରିବେ ଦଳୀୟ ସଭାପତି ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଉପନିର୍ବାଚନ ପାଇଁ କମ୍ପୁଛି ପିପିଲି ମଇଦାନ । ଆଜି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ପ୍ରଚାର କରିବେ ଦଳର ଏକ ନମ୍ବର ଷ୍ଟାର କ୍ୟାମ୍ପେନର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୪ଟାରେ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ପିପିଲି ବ୍ଲକ, ପିପିଲି ଏନଏସି ଓ ଡେଲାଙ୍ଗ ବ୍ଲକର ୬ଟି ଜିଲ୍ଲା ପରିଷଦ ଜୋନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପିପିଲି ବ୍ଲକ ଓ ଏନଏସିର ପାଟ୍ଟଶାହାଣୀପୁର, ଦାଣ୍ଡମୁକୁନ୍ଦପୁର ଓ କୁମାରେଶ୍ବରଠାରେ ସଭା ମଞ୍ଚର ଆୟୋଜନ କରାଯାଇଛି । ଏଠାରେ ଏଲଇଡି ଲଗାଯାଉଛି । କୋଭିଡ ନିୟମ ମାନି ନବୀନଙ୍କୁ ଶୁଣିବେ ପିପିଲିବାସୀ । ସେହିପରି ଡେଲାଙ୍ଗ ବ୍ଲକର ରେଞ୍ଚ, ବଡ଼ ଆଙ୍କୁଳ ଓ ସିଂହବରହମପୁରରେ ବି ସମାନ ବ୍ୟବସ୍ଥା କରାଯାଇଛି । ତେବେ ପିପିଲି ପ୍ରଚାର ମଇଦାନରେ ଷ୍ଟାର ଓ୍ବାର ଚାଲିଥିବା ବେଳେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର ପରେ ଆହୁରି ସରଗରମ ହେବ ମଇଦାନ ।

ଏଥିସହିତ ପଢ଼ନ୍ତୁ: ମାସ୍କ ପାଇଁ ଫାଇନ୍ ୨୦୦୦ ହଜାର, ମାଗୁଥିଲେ ୫୦୦: ନିୟମ ପଚାରିବାରୁ ଯୁବକଙ୍କୁ ନିର୍ଦ୍ଧୁମ ପିଟିଲେ ପୋଲିସ ବାବୁ

Leave a Reply